ପ୍ରଥମ ଥର ପାଇଁ ଏକାଠି ଆସିବେ ଅମିତାଭ ଓ ଇମ୍ରାନ୍
ମୁମ୍ବାଇ: ନଭେମ୍ବର ୭ ତାରିଖରେ ବଲିଉଡରେ ୫୦ ବର୍ଷ ପୂରା କରିଛନ୍ତି ମହାନାୟକ ଅମିତାଭ ବଚ୍ଚନ । ହେଲେ ଦର୍ଶକଙ୍କ ମଧ୍ୟରେ ଏବେ ବି କମିନି ତାଙ୍କ କ୍ରେଜ୍ । ଆଜିର ୟଙ୍ଗ୍ ଜେନେରେସନ୍ ସହ ବି ସେ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି । ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ କାମ କରିସାରିଥିବା ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ ଇମ୍ରାନ୍ ହାଶିମଙ୍କ ସହିତ ଫିଲ୍ମ କରିବାକୁ ଯାଉଛନ୍ତି । ଫିଲ୍ମ “ଚେହେରେ’ରେ ଏ ଦୁହେଁ ଏକାଠି ଅଭିନୟ କରିବେ । ଏହି ଫିଲ୍ମର ଫାଷ୍ଟ୍ ଲୁକ୍ ମଧ୍ୟ ରିଲିଜ୍ ହୋଇଗଲାଣି ।
ଇମ୍ରାନ୍ ହାଶମି ନିଜ ଇନଷ୍ଟଗ୍ରାମ୍ ଆକାଉଣ୍ଟରେ ଫିଲ୍ମର ଫାଷ୍ଟ୍ ଲୁକ୍ ପୋଷ୍ଟର ସହ ରିଲିଜ୍ ଡେଟ୍ ଶେଆର କରିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୨୪ ତାରିଖରେ ରିଲିଜ୍ ହେବ । ପୋଷ୍ଟରେ ଦୁଇ ଜଣଙ୍କୁ ପୂରା ଇଣ୍ଟେନସେନସ ଲୁକରେ ଦେଖିବାକୁ ମିଳିଛି । ବିଶେଷ କରି ବିଗ୍ ବ’ଙ୍କ ଷ୍ଟାଇଲକୁୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି । ଏହା ଏକ ମିଷ୍ଟ୍ରି ଥ୍ରୀଲର୍, ଯାହାର ନିର୍ଦ୍ଦେଶନା ରୁମି ଜାଫେରୀ ଦେଉଛନ୍ତି । ଏହି ଫିଲ୍ମକୁ ନେଇ ବିଶେଷ କିଛି ସୂଚନା ମିଳି ନାହିଁ । କିନ୍ତୁ କୁହାଯାଉଛି, ଏଥିରେ କୃତି ଖରବନ୍ଦା ଓ ରେହା ଚକ୍ରବର୍ତ୍ତି ଲିଡ୍ ରାଲ୍ରେ ଅଭିନୟ କରିବେ ।
ଏହି ଫିଲ୍ମ ବ୍ୟତୀତ ଅମିତାଭଙ୍କ ହାତରେ “ବ୍ରହ୍ମାସ୍ତ୍ର’, “ଗୁଲାବା ସୀତାବା’, “ଝୁଣ୍ଡ’ ଓ “ହେରାଫେରି ୩’ ପରି ଫିଲ୍ମ ରହିଛି । ବର୍ତ୍ତମାନ ସେ ରିଆଲିଟି ଶୋ’ “କୌନ୍ ବନେଗା କରାଡପତି’ ବି କରୁଛନ୍ତି । ସେହିପରି ଡିସେମ୍ବର ୧୩ରେ ଇମ୍ରାନ୍ ହାଶିମଙ୍କ ଫିଲ୍ମ “ଦ ବଡି’ ରିଲିଜ୍ ହେବ ।


