୧୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବୁଧବାର ଠାରୁ ୩ ଦିନ ଧରି ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ବନ୍ତ ବ୍ଲକର ୧୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ । ପୂର୍ବାହ୍ନ ୧୦ରୁ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । କେବଳ ଗଣିତ ପରୀକ୍ଷା ୧ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ବୁଧବାର ମାତୃଭାଷା, ଗଣିତ, ଗୁରବାର ସାମାଜିକ ବିଜ୍ଞାନ, ଇଂରାଜୀ ଓ ଶୁକ୍ରବାର ବିଜ୍ଞାନ, ହିନ୍ଦି, ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବ । ୫୦ ମାର୍କ ମଧ୍ୟରେ ସମସ୍ତ ବିଷୟରେ ପରୀକ୍ଷା ହେବ । ଏନେଇ ବନ୍ତ ବ୍ଲକରେ ବନ୍ତ ହାଇସ୍କୁଲ ଓ ଆଗରପଡାସ୍ଥିତ ସରକାରୀ ବାଳିକା ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି । ବନ୍ତ ହାଇସ୍କୁଲ ନୋଡାଲ ସେଣ୍ଟର ଅଧିନରେ କେନ୍ଦୁଆପଦା ନୋଡାଲ ହାଇସ୍କୁଲରେ ୧୯୩, ଗୋବିନ୍ଦପୁରସ୍ଥିତ ଗଣେଶ ପ୍ରସାଦ ପୁରୁଷୋତ୍ତମ ସେଠୀ ନୋଡାଲ ହାଇସ୍କୁଲରେ ୧୪୭, ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠରେ ୨୨୭, ନିଳୋକ ହାଇସ୍କୁଲରେ ୧୯୯, ବନ୍ତ ହାଇସ୍କୁଲରେ ୧୧୭, ଟିଲୋ ସରକାରୀ ନୋଡାଲ ହାଇସ୍କୁଲରେ ୨୫୦ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ବନ୍ତ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୦୮ ପରୀକ୍ଷାର୍ଥୀ ମଧ୍ୟମା ପରୀକ୍ଷା ଦେବେ । ସେହିପରି ଆଗରପଡାସ୍ଥିତ ସରକାରୀ ବାଳିକା ହାଇସ୍କୁଲ ନୋଡାଲ ସେଣ୍ଟର ଅଧିନରେ ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟା ମନ୍ଦିରରେ ୧୫୫, ଅଢାଳପଙ୍କସ୍ଥିତ କୃପାସିନ୍ଧୁ ଉଚ୍ଚ ବିଦ୍ୟାପୀଠରେ ୧୮୮, ଗଣିଜାଙ୍ଗସ୍ଥିତ ନେହେରୁ ଉଚ୍ଚ ବିଦ୍ୟାପୀଠରେ ୧୮୪ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ଆଗରପଡାସ୍ଥିତ ସରକାରୀ ବାଳିକା ହାଇସ୍କୁଲ, କାଦବରାଙ୍ଗ ହାଇସ୍କୁଲ, ଅଣିଜୋସ୍ଥିତ ସିନ୍ଧୁକେଶ୍ୱର ହାଇସ୍କୁଲ, ଓଡଙ୍ଗସ୍ଥିତ ସତୀ ସାବିତ୍ରୀ ଉଚ୍ଚ ବିଦ୍ୟାପୀଠରେ ପରୀକ୍ଷା କେନ୍ଦ୍ର ହୋଇଛି । ବନ୍ତ ନୋଡାଲ ସେଣ୍ଟର ଦାୟୀତ୍ୱରେ ସୁପରିନ୍ଟେଣ୍ଡେଣ୍ଟ ଭାବେ ଉତ୍ତମ କୁମାର ଦତ୍ତ ଓ ଆଗରପଡା ସରକାରୀ ବାଳିକା ହାଇସ୍କୁଲ ନୋଡାଲ ସେଣ୍ଟର ଦାୟୀତ୍ୱରେ ସୁପରିନ୍ଟେଣ୍ଡେଣ୍ଟ ଭାବେ ମନୋଜ ମଞ୍ଜରୀ ମଲ୍ଲିକ ରହିଛନ୍ତି ।


