ବିଜୁ ମହିଳା ଜନତା ଦଳ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସାନଖେମୁଣ୍ଡି ବ୍ଲକ୍ ଆଡପଡା ପଞ୍ଚାୟତ କଲ୍ୟାଣ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି l ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ଓ ଜିଲ୍ଲା ସ୍ଥରୀୟ ନେତୃବୃନ୍ଦ ମହିଳା ସଙ୍ଘଠନ କୁ ତୃଣମୂଳ ସ୍ଥରରେ ଦଳକୁ ସଂଘଟିତ କରିବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଲେ l ଏହି ବୈଠକରେ ସାନଖେମୁଣ୍ଡି ବ୍ଲକ୍ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ମମତା ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଦଳ ର ଉପଦେଷ୍ଟା ତଥା ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଉପସ୍ଥିତ ରହି ସାଙ୍ଘଠନିକ କାର୍ଯ୍ୟ ଉପରେ ଆଲୋଚନା କରିଲେ l ଏହି ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକରେ ରାଜ୍ୟ ପରିଷଦ ସଭ୍ୟ ତଥା ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ବିଜେଡି ବ୍ଲକ ସଭାପତି ନୀଳମାଧବ ରାଉତ, ଆସିକ ସାଂସଦ ପ୍ରତିନିଧି ଅନ୍ତର୍ଜାମିସ୍ଵାଇଁ, ଜିଲ୍ଲାପରିଷଦ ସଭ୍ୟ ଶଙ୍କର୍ଷଣ ସ୍ଵାଇଁ, କଉଡ଼ିଆ ସମିତି ସଭ୍ୟ ଅମିନ ପ୍ରଧାନ, ଧରାକୋଟ ବ୍ଲକ୍ ଛାତ୍ର ସଭାପତି ମାନସ ରଞ୍ଜନ, ମହିଳା ଜନତା ଦଳର ଜିଲ୍ଲା ନେତୃବୃନ୍ଦ, ବ୍ଳକ ସଭାପତି,ସମ୍ପାଦିକା, ଓ ଶତାଧିକ ମହିଳା ଉପସ୍ଥିତ ଥିବା ବେଳେ ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ