ଏସଏସଜି ଗ୍ରୁପ ସଦସ୍ୟାଙ୍କ ଧାରଣା

ହାଟଡିହି, (ବିକାଶ ବିଶ୍ୱାଳ) :କରୋନା ମହାମାରୀ ସମୟରେ ଗାଁ ଗଣ୍ଡାରେ ବୁଲୁଥିବା ନିରାଶ୍ରୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେବି ଆଜକୁ ୯ମାସ ହେଲା ସେମାନଙ୍କ ପ୍ରାପ୍ୟ ପାଉନଥିବାରୁ ଆଜି ୨୩ଟି ଏସଏସଜି ଗ୍ରୁପର କର୍ମକତ୍ତା ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ କରୋନା ମହାମାରୀ ସମୟରେ ସେମାନେ ରନ୍ଧାଖାଦ୍ୟ ବଣ୍ଟନ କରିଥିବାବେଳେ ଠିକ ଭାବେ ସେମାନଙ୍କ ପାଉଣା ପାଇଥିଲେ । କିନ୍ତୁ ବିଡିଓ ଏବଂ ଓଏଲଏମଙ୍କ ନିର୍ଦ୍ଦେଶରେ ଗତ ମେ ମାସ ୫ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଶେଷ ପର୍ଯ୍ୟାୟରେ ବଣ୍ଟନ କରିଥିବା ରନ୍ଧାଖାଦ୍ୟର ପାଉଣା ଆଜି ପର୍ଯ୍ୟନ୍ତ ପାଇପାରିଲେ ନାହିଁ । ଏନେଇ ସେମାନେ ବିଡିଓ, ଉପଜିଲ୍ଲାପାଳ, ପି.ଡି ଓ ଜିଲ୍ଲାପାଳଙ୍କୁ ବାରମ୍ବାର ଭେଟି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିଲାନି । ଫଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ସାବିତ୍ରୀ ସା ଓ ସମ୍ପାଦିକା ଦେବକୀ ନାୟକଙ୍କ ନେତୃତ୍ୱରେ ଉଷାରାଣୀ ସାହୁ, ରେବତୀ ନାୟକ, ମମତା ପାତ୍ର, ଦିପାଞ୍ଜଳୀ ସାମଲ, ସୌଦାମିନୀ ଭୂୟାଁ, ପ୍ରମିଳା ନାୟକ, ସୁମତୀ ସାହା, ସବିତା ଜେନା, କମଳା ମହାଳିକ, ଚନ୍ଦ୍ରମା ପ୍ରଧାନ, ପୁଷ୍ପଲତା ସ୍ୱାଇଁଙ୍କ ସମେତ ୨୦ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକତ୍ତା ମାନେ ଆଜି ବ୍ଲକ ଛକ ସମ୍ମୁଖରେ ରାସ୍ତା ଅବରୋଧ କରି ବସିରହିଥିଲେ । ଖବରପାଇ ନନ୍ଦିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରି ରାସ୍ତା ଅବ;ରୋଧ ହଟାଇବାପରେ ସେମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ହାଟଡିହି ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚି ବୁଝାସୁଝା କରିବା ସହିତ ଉଚ୍ଚକର୍ତ୍ତୁପକ୍ଷଙ୍କୁ ଅବଗତ କରାଇବା ପରେ ମହିଳାମାନେ ଧାରଣାରୁ ହଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ