ଦିଗପହଣ୍ଡି  ତହସିଲ କାର୍ଯ୍ୟାଳୟ ସମ୍ମୁଖରେ  ସାହାରା ଜମାକାରୀଙ୍କ ବିକ୍ଷୋଭ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ରେ ଶୁକ୍ରବାର ସାହାରା ଇଣ୍ଡିଆ କମ୍ପାନୀର କ୍ଷତିଗ୍ରସ୍ତ ଜମାକାରୀଙ୍କ ଏକ ଶୋଭାଯାତ୍ରା ଏବଂ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସାହାରା ଜମାକାରୀ ମଞ୍ଚ ନେତୃତ୍ୱରେ ସ୍ଥାନୀୟ ବଜାର ଗାନ୍ଧୀ ଛକ ଠାରୁ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଜମାକାରୀ ମଞ୍ଚର ଦିଗପହଣ୍ଡି ଶାଖା ସଭାପତି କୃଷ୍ଣାନନ୍ଦ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସଭାପତି ବିଜୟ କୁମାର ପାଢୀ, ସମ୍ପାଦକ ସଞ୍ଜୀବ କୁମାର ପଣ୍ଡା ଏବଂ ଦିଗପହଣ୍ଡି ଶାଖା ସମ୍ପାଦକ ଲକ୍ଷ୍ମୀଧର ଚୌଧୁରୀ ବକ୍ତବ୍ୟ ଦେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ୨ ଲକ୍ଷ ଜମାକାରୀ ଠକେଇର ଶିକାର ହୋଇଥିବା କହିଥିଲେ।କମ୍ପାନୀ ଜମାକାରୀଙ୍କ ପରିପକ୍ବ ଅର୍ଥ ରାଶି ଫେରାଇବା ପରିବର୍ତ୍ତେ ଅନ୍ୟ ଯୋଜନାରେ ସେହି ପରିପକ୍ବ ଅର୍ଥ ରାଶି ବିନିଯୋଗ କରିବାକୁ ବାଧ୍ୟ କରୁଥିବାରୁ କମ୍ପାନୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ସୁଧ ସହ ଟଙ୍କା ଫେରାଇବା ଦିଗରେ ସହଯୋଗ କରିବାକୁ ଦାବୀ କରିଥିଲେ।ପରେ ଏକ ପ୍ରତିନିଧି ମଣ୍ଡଳୀ ଦିଗପହଣ୍ଡି ତହସିଲଦାର ସୀପକ କୁମାର ପାତ୍ରଙ୍କୁ ସାକ୍ଷାତ କରି ମୂଖ୍ଯମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ