ସଦର ବିଜେପି ପକ୍ଷରୁ ବାହାବଳପୁରରେ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :ଆସନ୍ତା ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସଦର ବିଜେପି ପକ୍ଷରୁ ବାହାବଳପୁର ପଞ୍ଚାୟତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ପଞ୍ଚୁୁପଡ଼ା ମଣ୍ଡଳ ସଭାପତି ବିଜୟ ଦାସଙ୍କ ସଭାପତିତ୍ୱରେ ପ୍ରାକ ପଞ୍ଚାୟତ ନିର୍ବାଚନୀ ବୈଠକରେ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀ ନେତା ମାନସ କୁମାର ଦତ୍ତ ଯୋଗଦେଇ ଆସନ୍ତା ପଞ୍ଚାୟତ ନିର୍ବାଚନର ରଣକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ରାଜ୍ୟ ସରକାରଙ୍କ ବିଫଳତା ଓ ସରକାରୀ ଯୋଜନାରେ ହିତାଧିକାରୀ ଚୟନରେ ପାତରଅନ୍ତରକୁ ଅସ୍ତ୍ର କରିବା ଉପରେ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଥିଲେ । ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ସମର୍ଥନ ଦେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସରପଞ୍ଚ ରଶ୍ମିତା ମଣ୍ଡଳ ଏହି ବୈଠକରେ ସ୍ୱାଗତ ଅଭିଭାଷଣ ରଖିଥିଲେ । ଏହି ବୈଠକରେ ଶ୍ରୀ ଦତ୍ତଙ୍କ ସମେତ ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ପଞ୍ଚାୟତ ଉପ ସଭାପତି ବିମଳ କୁମାର ସାହୁ, ନାଏବ ସରପଞ୍ଚ ଶଶିକାନ୍ତ ବାରିକ, ରାମ ନାରାୟଣ ଦ୍ୱିବେଦୀ, ସୁଶୀଲ କୁମାର ମଣ୍ଡଳ, ସଞ୍ଜୁଲତା ସିଂ, ମଞ୍ଜୁଲତା ମାଇତି, ଉତ୍ତମ ମାନ୍ନା, ପାର୍ବତୀ ବେରା, ନିବେଦିତା ପ୍ରଧାନ, ସୁମିତ୍ରା ପାତ୍ର, ଗଣେଶ ମାଇତି, ସୁବିମଳ ତୋଳା, କୃଷ୍ଣମୋହନ ମଣ୍ଡଳଙ୍କ ପ୍ରମୁଖ ଛାମୁଆ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


