ଗୋପାଳପୁର ବନ୍ଦରରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ମାମଲାରେ ୨ଗିରଫ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗୋପାଳପୁର ବନ୍ଦର ପରିସରରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଅଭିଯୋଗରେ ଆର୍ଯ୍ୟପଲ୍ଲୀ ସରପଂଚଙ୍କ ସ୍ୱାମୀ ତଥା ମତ୍ସ୍ୟଜିବୀ ନେତା ଏମ୍.ଗୁମାଲୀଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଛି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ । ସୂଚନା ଯୋଗ୍ୟ ଯେ ରବିବାର ଦିନ ଗୋପାଳପୁର ବନ୍ଦର ପରିସରରେ ଡବ୍ଲ୍ୟୁ .ସୋମେୟା ଓ ଏମ୍.ଗୁମାଲୀ କୈାଣସି କାରଣ ସୁରକ୍ଷା କର୍ମୀ ମାନଙ୍କ ସହ ବଚସା କରି ଆକ୍ରମଣରେ ୪ଜଣ ସୁରକ୍ଷା କର୍ମୀ ଆହାତ ହୋଇଥିଲେ । ଏନେଇ ଗୋପାଳପୁର ବନ୍ଦର ସୁରକ୍ଷା କର୍ମୀ ପକ୍ଷରୁ ସେମାନଙ୍କୁ ଆକ୍ରମଣ ହୋଇଥିବା ନେଇ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ରେ ଏତଲା ଦାୟର କରାଯାଇଥିଲା । ଏତଲାକୁ ଭିତ୍ତି କରି ୨୩/୨୦୧୯ର ଏକ ମାମଲା ରୁଜୁ କରି ଘଟଣାର ତଦନ୍ତକରି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ ଏମ୍.ଗୁମାଲୀ ଓ ଡବ୍ଲ୍ୟୁ ସୋମେୟଙ୍କୁ ଗିରଫ କରିଥିବା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।


