ବ୍ୟାଙ୍କ୍ ରୁ ତାଲା ଭାଙ୍ଗି ଚୋରି ଉଦ୍ୟମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ରେ ଘଟଣା ଘଟିଛି ବ୍ୟାଙ୍କ୍ ରୁ ତାଲା ଭାଙ୍ଗି ଚୋରି ଗତକାଲି ବିଳମ୍ବିତ ରାତିରେ ଅଡବା ଥାନା ବିରିକୋଟ ଏକ୍ସିସ୍ ବ୍ୟାଙ୍କ୍ ରେ ଚୋରି ଉଦ୍ଦେଶ୍ୟ ରେ ତାଲା ଭାଙ୍ଗିବା ସହ ଶିଶି କ୍ୟାମେରା ତାର କାଟିଛନ୍ତି ଦୁର୍ବୃତ । ବ୍ୟାଙ୍କ୍ ପକ୍ଷରୁ ଆଜି ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଡବା ପୋଲିସ ପହଞ୍ଚିବା ପରେ ବ୍ୟାଙ୍କ୍ ଭିତରକୁ ପ୍ରବେଶ କରିଥିଲେ ବ୍ୟାଙ୍କ୍ ର ସମସ୍ତ କର୍ମଚାରୀ । ତେବେ ବ୍ୟାଙ୍କ୍ ରୁ ସେମିତି କିଛି ଚୋରି ହୋଇନଥିବା ଜଣାପଡିଛି । ତଥାପି ଅଡ଼ବା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଥିବା କହିଛନ୍ତି ଅଡ଼ବା ଥାନା ଅଧିକାରୀ ଆନନ୍ଦ ଚରଣ ପାତ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ