ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଦେବଦୂତ ସାଜି ପହଞ୍ଚିଲେ ଆମ୍ବୁଲାନ୍ସ କର୍ମି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଦେବଦୂତ ସାଜି ଗର୍ଭବତୀଙ୍କ ପାଖରେ ପହଞ୍ଚିଲେ ଆମ୍ବୁଲାନ୍ସ କର୍ମି l ଷ୍ଟେଚରରେ ବୋହି ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଲେ l ଏଇ ଘଟଣା ଘଟିଛି ରା.ଉଦୟଗିରି ବ୍ଲକ ଶବରପଲ୍ଲୀ ପଞ୍ଚାୟତର ଦୁର୍ଗମ ଗାଁ ଭାଲିଆଗଣ୍ଡା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି l ଗାଁର ଝରାମଣି ରଇତ , ସ୍ୱାମୀ-ରାମ ମଣ୍ଡଳ ଙ୍କର ପ୍ରସବ ଯନ୍ତ୍ରଣା ହେବାରୁ 108 ଆମ୍ବୁଲାନ୍ସକୁ ଖବର ଦେଇଥିଲେ ପରିବାର ଲୋକେ l ଆମ୍ବୁଲାନ୍ସ ଆସିଥିଲେ ବି ନୂତନ ଭାବେ ରାସ୍ତା କାମ ଚାଲିଥିବା ହେତୁ ରାସ୍ତା ଖାଲ ଖମା ପଥର ଓ କାଦୁଅ ପଚ ପଚ ରାସ୍ତା ହୋଇଥିବା ଯୋଗୁଁ ଗାଁକୁ ଯାଇପାରିନଥିଲା 108 ଆମ୍ବୁଲାନ୍ସ ଫଳରେ ଫାର୍ମାସିଷ୍ଟ ସଦାଶିବ ପାଣି , ଡ୍ରାଇଭର ସରୋଜ ପଟ୍ଟନାୟକ ଏବଂ ହେଲ୍ପର ଶକ୍ତି ମାଳ ବିଷୋୟୀ ରାତିର ଅନ୍ଧାର ମଧ୍ୟରେ ଟ୍ରଚ ଲାଇଟ ଆଲୁଅ ସାହାଯ୍ୟରେ ଖାଲ ଖମା ପଥୁରିଆ ଓ କାଦୁଅ ରାସ୍ତାରେ ନିଛାଟିଆ ଜଙ୍ଗଲୀ ରାସ୍ତାରେ ଆମ୍ବୁଲାନ୍ସ କର୍ମଚାରୀମାନେ ଗର୍ଭବତୀଙ୍କୁ ଷ୍ଟେଚରରେ ଦୁଇ କିଲୋମିଟର ବୋହି ଆଣି ରା.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ଗର୍ଭବତୀ ମହିଳା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାର ଅଳ୍ପ ସମୟ ମଧ୍ୟରେ ହିଁ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ l ତେବେ ଉଭୟ ମା ଓ ଶିଶୁ ସୁରକ୍ଷିତ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି l ଏନେଇ 108 ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଓ କର୍ମଚାରୀ ମାନଙ୍କୁ ବିଭିର୍ଣ୍ଣ ମହଲରେ ପ୍ରଶଂସା କରାଯାଇଛି l ସୂଚନା ପ୍ରକାରେ ମଙ୍ଗଳବାର ତା 11ରିଖ ସଂନ୍ଧ୍ୟା ସମୟରେ ଏକ ଗର୍ଭବତୀ ମହିଳା ଡେ଼ଲିଭେରୀ ଏମରଜେନ୍ସି କେସ ନେଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫୋନ ଆସିଥିଲା l ଯେତେବେଳେ ସେହି ଗର୍ଭବତୀ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା ସେତେବେଳେ ଏହି 108 ଆମ୍ବୁଲାନ୍ସ ପହଞ୍ଚିଥିଲା ଓ ଉକ୍ତ ଭାଲିଆଗଣ୍ଡା ଗ୍ରାମକୁ ନୂତନ ଭାବେ ରାସ୍ତା ନିର୍ମାଣ ହେଉଥିବା ହେତୁ ସେହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ତିନି କିଲୋମିଟର ରାସ୍ତା ଅତ୍ୟନ୍ତ ଖରାପ ଥିଲା ଯାହାକି ଆମ୍ବୁଲାନ୍ସ ଯିବା ସମ୍ଭବ ପର ହୋଇନଥିଲା ତେଣୁ ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ଷ୍ଟେଚର ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ଦୁଇ କିଲୋମିଟର ରାସ୍ତାରେ ବୋହି ଆଣିଥିଲେ l ଅନ୍ୟପଟେ ବହୁ ସମୟରେ ବିଭିର୍ଣ୍ଣ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚିବାର ବିଳମ୍ବ ଯୋଗୁଁ ରୋଗୀଙ୍କ ପ୍ରାଣ ଚାଲିଯାଇଥାଏ ତ ଆଉ କେଉଁଠି ରାସ୍ତାର ଅବସ୍ଥା ବେହାଲ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବା ହେତୁ ଗର୍ଭବତୀ ମହିଳା ନଦୀ କୂଳରେ ହିଁ ପ୍ରସବ କରିଥାଏ l ବାସ୍ତବରେ କିନ୍ତୁ ଇଚ୍ଛା ଶକ୍ତି ଆଗରେ ସବୁ କିଛି ସମ୍ଭବ ହୋଇଥାଏ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି 108 ଆମ୍ବୁଲାନ୍ସ କର୍ମଚାରୀ l ତେଣୁ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସଦାଶିବ ପାଣି ଓ କର୍ମଚାରୀମାନେ ଯେଉଁଭଳି ଭାବେ କାର୍ଯ୍ୟ କରିଛନ୍ତି ସେଥିଲାଗି ସେ ବୁଦ୍ଧିଜୀବି ମହଲରେ ପ୍ରଶଂସାର ପ୍ରିୟପାତ୍ର ପାଲଟିଛନ୍ତି l


