ଆହତ ହରିଣ ଛୁଆର ଚିକିତ୍ସା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ହିଞ୍ଜିଳି କାଟୁ ବନପାଳ ଓ ବନରକ୍ଷୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତ ଅଧିନ ନିମିଗାଁ ନିକଟରେ ବୁଧବାର ମଧ୍ୟାହ୍ନ ସମୟରେ ଏକ ଆହତ ହରିଣ ଛୁଆକୁ ହରିଣ ସୁରକ୍ଷା ସମିତିର ଅସ୍ଥାୟୀ ବନ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ସମ୍ପୃକ୍ତ ହରିଣ ଛୁଆଟି ଖାଦ୍ୟ ଅନେଶ୍ୱଣ ବେଳେ କୌଣସି କାରଣରୁ ଆଘାତ ପାଇ ଆହତ ଅବସ୍ଥାରେ ପଡି ରହିଥିବା ବେଳେ ଉଦ୍ଧାର କରାଯାଇଛି।ଆହତ ହରିଣ ଛୁଆଟିର ପଛ ଭାଗର ଡାହାଣ ପଟ ଗୋଡ଼ର ହାଡ ଭାଙ୍ଗି ଯାଇଥିବା ଜଣାପଡିଛି।ପରେ ବନପାଳପ୍ରଦୀପ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ହରିଣ ସୁରକ୍ଷା ସମିତିର ଅସ୍ଥାୟୀ ବନ କର୍ମଚାରୀ ମାନେ ସେଠାରୁ ଆହତ ହରିଣ ଛୁଆକୁ ଉଦ୍ଧାର କରି ସ୍ଥାନୀୟ ହିଞ୍ଜିଳି ପ୍ରାଣୀଧନ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକ ଡାକ୍ତର ଲମ୍ବୋଦର ମହାପାତ୍ର ଆହତ ହରିଣ ଛୁଆର ଆଶୁଚିକିତ୍ସା କରିଥିଲେ ।ଚିକିତ୍ସା ସମୟରେ ଗାର୍ଡ ଲବ ପାତ୍ର, କୃଷ୍ଣ ସେନାପତି, ଜୟସେନ ପ୍ରଧାନ, ସଞ୍ଜୟ ସେଠୀ, ସୁଦୂର ଗୌଡ଼, ପ୍ରଭାତ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ