ଫକୀର ମୋହନ ଗୋଲେଇରେ ବ୍ୟାସକବି ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) : ସହରର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରୁ ମିଳିତ ଭାବେ ବ୍ୟାସକବିଙ୍କ ୧୮୦ତମ ଜୟନ୍ତୀ ସ୍ଥାନୀୟ ଫକୀର ମୋହନ ଗୋଲେଇଠାରେ ପାଳିତ ହୋଇଯାଇଛି ।ସମାଜସେବୀ ସୁବାସିନୀ ଜେନା, ଗୋପା ମହାପାତ୍ର, କବି ପ୍ରଶାନ୍ତ ଦାସ, କବି ଶ୍ରୀଦେବ, କବି ଉତ୍ପଳ ମହାନ୍ତି, ସମାଜର ବାଲେଶ୍ୱର ସଂସ୍କରଣ ଡେସ୍କ ଇନଚାର୍ଯ ଶଶିରଞ୍ଜନ ମଲିକ, ପ୍ରାଧ୍ୟାପକ ଶତ୍ରୁଘ୍ନ ମଲିକ, ଶିକ୍ଷାବିତ ସଂଜୟ ସାହୁ, ସାମ୍ବାଦିକ ଗଙ୍ଗାଧର ରାଉତ, ଲାଭା ପାଣ୍ଡେ, ରତିକାନ୍ତ ପାତ୍ର ପ୍ରମୁଖ ଏଥିରେ ଯୋଗ ଦେଇ ଏଠାରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ସହ ବକ୍ତାମାନେ ସଂକ୍ରାନ୍ତିପୁରୁଷଙ୍କ ଜୀବନାଦର୍ଶ ଓ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ