ଦେବାଶିଷଙ୍କୁ ଆଶ ଦମ୍ପତି ପଦାର୍ଥ ବିଜ୍ଞାନ ପୁରସ୍କାର

ବାଲେଶ୍ୱର, (ସରୋଜ ପଣ୍ଡା) : ବ୍ୟାସକବି ଜୟନ୍ତୀ ଅବସରରେ ଫକୀର ମୋହନ ମହାବିଦ୍ୟାଳୟରେ ଏକ ସଂକ୍ଷିପ୍ତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ୨୦୨୦-୨୧ଶିକ୍ଷାବର୍ଷରେ ପଦାର୍ଥ ବିଜ୍ଞାନ ସ୍ନାତକରେ ସର୍ବାଧିକ ନମ୍ବର ରଖିଥିବା ମେଧାବୀ ତଥା ଗରିବ ଛାତ୍ର ଦେବାଶିଷ ରାଉଳଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅନିରୁଦ୍ଧ ବେହେରାଙ୍କ ଉପସ୍ଥିତିରେ ଫକୀରମୋହନ ୟୁନିଭରସିଟିର ପ୍ରାକ୍ତନ ପରୀକ୍ଷା ନିୟନ୍ତ୍ରକ ଡ. ଦେବବ୍ରତ ଆଶ୍‌ଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଥିିଲା । ଛାତ୍ର ଶ୍ରୀ ରାଉଳଙ୍କୁ ମାନପତ୍ର ଓ ନଗଦ ୫୦୦୦/- ଟଙ୍କା ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ଈଶାନ ଚନ୍ଦ୍ର ଆଶ ଓ ମିନତୀ ଆଶଙ୍କ ସୁପୁତ୍ର ବୈରାମ ନଗରର ବାସିନ୍ଦା ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର ଡ. ଦେବବ୍ରତ ଆଶଙ୍କ ପକ୍ଷରୁ ପ୍ରଦତ୍ତ ବୃହତ ଜମାରାଶିର ବାର୍ଷିକ ସୁଧ ଅର୍ଥରେ ପ୍ରତିବର୍ଷ ପଦାର୍ଥ ବିଜ୍ଞାନରେ ସର୍ବୋଚ୍ଚ ନମ୍ବରଧାରୀ ତଥା ଆର୍ଥିକ ସ୍ୱଚ୍ଛଳତା ନଥିବା ଛାତ୍ରଙ୍କୁ ପୁରସ୍କୃତ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ