ମାଣିତରା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଜାନୁଆରୀ ୧୭ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଏହି ମେଳା ଅନୁଷ୍ଠିତ ହୋଇଥିଲା । ମୁଖଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଏସଏମସି ସଭାପତି ପାଣ୍ଡବ ପ୍ରଧାନ, ବରିଷ୍ଠ ଶିକ୍ଷକ ପ୍ରଫୁଲ କୁମାର ରାଉତ, ଅବସର ପ୍ରାପ୍ତ କିରାଣୀ ଭଗବାନ ଜେନା ଯୋଗଦେଇଥିଲେ । ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନେ ମାତା, ପିତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭକ୍ତି କରିବା ସହ ଉତ୍ତମ ଭାବେ ଶିକ୍ଷା ଗ୍ରହଣ କରି ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିବା ଦ୍ୱାରା ଯେଉଁ ସବୁ ସୁବିଧା ଉପଲବ୍ଧ ମିଳୁଛି ତାହାର ସଦୁପଯୋଗ କରିବାକୁ ପ୍ରକାଶ କରିଥିଲେ । କୋଭିଡ ନିୟମ ଅନୁସରଣ କରି ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୋଷାକ ଓ ଜୋତା ବାଣ୍ଟିଥିଲେ । ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ ସଂଯୋଜନା କରିଥିବା ବେଳେ ଶିକ୍ଷକ ଖଦାଳ ରାଉତ ଓ ପ୍ରଣବ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ