ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) :-ବ୍ରହ୍ମପୁର ଭାବା ନଗର ସ୍ଥିତ ବିଜୁ ଜନତା ଦଳର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ବିଜେଡିରେ ଯୋଗଦାନ କରିଥିବା ଛତ୍ରପୁର ନିର୍ବଚନ ମଣ୍ଡଳୀର ବରିଷ୍ଟ ନେତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସୂଚନା ମୁତାବକ ଗତ ୧୧ ତାରିଖରେ ଛତ୍ରପୁର ବିଧାୟକ ସୁବାଷ ବେହେରାଙ୍କ ନେତୃତ୍ୱରେ ଭୂବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାଶଙ୍କ ଉପସ୍ଥିତିରେ ବିଜେପି ଓ କଂଗ୍ରେସ ଦଳ ତ୍ୟାଗ କରି ଶତାଧିକ କର୍ମିଙ୍କ ସହ ଯୋଗଦାନ କରିଥିଲେ ବରିଷ୍ଟ ନେତା ମାନେ । ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ସହ ସମସ୍ତଙ୍କୁ ସମ୍ବର୍ଦ୍ଧନା କରିଛନ୍ତି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଏହି ସମୟରେ ଉପ ସଭାପତି ସଞ୍ଜିତ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ସମ୍ପାଦିକା ପଲାକୀ ଆଶାରାଣି ଉପସ୍ଥିତ ରହିଥିଲେ । ଛତ୍ରପୁର ନିର୍ବାଚନ ମଣ୍ଡଳୀର ବରିଷ୍ଟ ନେତା ପି ଧର୍ମା ରେଡ୍ଡୀ, ବ୍ରଜ ମୋହନ ଆଚାର୍ଯ୍ୟ, ଏଲ.ଗୋପାଳ ରାଓ, ବାଦଲ ବେହେରା,ମନୋଜ ପାଢୀ, ଫିରୋଜ ବେହେରା, ଏନ. ୱର୍ଦ୍ଧା ରାଜୁ ରେଡ୍ଡୀ, ଅଶ୍ୱିନୀ ବେହେରା, ରବିନ୍ଦ୍ର ସାହୁଙ୍କୁ ଉପଢୋକନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆଗାମୀ ଦିନରେ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରୁ ଦଳକୁ ସୃଦୃଢ କରିବା ସହ ଦଳର ଶୃଙ୍ଖଳିତ କର୍ମି ଭାବେ ସମସ୍ତେ ଯୋଗଦାନ କରିଥିଲେ ।