ଦ୍ୱିତୀୟ ଦିବସରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ ) :-ଫେବୃୟାରୀ ୧୬ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିବସ ମଙ୍ଗଳବାର ଦିନ ସିକିରି ପଞ୍ଚାୟତରୁ ସରପଞ୍ଚ ପଦବି ସକାଶେ ୨ଜଣ, ଶାସନଆମ୍ବଗାଁ ପଞ୍ଚାୟତରୁ ଜଣେ ଏବଂ ପୋଚିଲିମା ପଞ୍ଚାୟତରୁ ଜଣେ, ପୁଟିଆପଦର ପଞ୍ଚାୟତରୁ ୨ଜଣ, ଦୁର୍ବନ୍ଧ ପଞ୍ଚାୟତରୁ ଜଣେ, ଧୋବାଡ଼ି ପଞ୍ଚାୟତରୁ ଜଣେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମିତି ମେମ୍ବର ପଦବି ସକାଶେ ଗଣ୍ଡଳା ପଞ୍ଚାୟତରୁ ୨ଜଣ, ପୋଚିଲିମା ପଞ୍ଚାୟତରୁ ଜଣେ ଏବଂ ଶାସନଆମ୍ବଗାଁ ପଞ୍ଚାୟତରୁ ଜଣେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ୱାର୍ଡ଼ ସଭ୍ୟ ସକାଶେ ସ୍ଥାନୀୟ ବ୍ଳକର ବୁରୁପୋଡ଼ା ପଞ୍ଚାୟତରୁ ୭, ଚାନ୍ଦୁଲି ପଞ୍ଚାୟତରୁ ୫, ଗଣ୍ଡଳା ପଞ୍ଚାୟତରୁ ୩, ଦୁର୍ବନ୍ଧ ପଞ୍ଚାୟତରୁ ୧, କଞ୍ଚୁରୁ ପଞ୍ଚାୟତରୁ ୩, ନନ୍ଦିକ ପଞ୍ଚାୟତରୁ ୨, ପୁଟିଆପଦର ପଞ୍ଚାୟତରୁ ୧, ଭାବନ୍ଧ ପଞ୍ଚାୟତରୁ ଜଣେ, ଶାସନଆମ୍ବଗାଁ ପଞ୍ଚାୟତରୁ ୪ ଓ ସିକିରି ପଞ୍ଚାୟତରୁ ୩ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦ୍ୱିତୀୟ ଦିବସ ମଙ୍ଗଳବାର ୧୧ଜଣ ସରପଞ୍ଚ, ୪ ସମିତି ମେମ୍ବର ଓ ୩୦ ୱାର୍ଡ଼ ମେମ୍ବର ସକାଶେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ହିଞ୍ଜିଳିକାଟୁ ନିର୍ବାଚନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସୁତ୍ରରୁ ପ୍ରକାଶ । ୨ ଦିନରେ ସର୍ବମୋଟ ୧୨ ସରପଞ୍ଚ, ୪ ସମିତି ମେମ୍ବର ଓ ୭୦ୱାର୍ଡ଼ ମେମ୍ବର ସକାଶେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବ୍ଳକ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ