ବ୍ରାଜିଲ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୧ଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ମଙ୍ଗଳବାର ବ୍ରାଜିଲ ଗସ୍ତ କରିବେ। ଆସନ୍ତା ୧୩ ଏବଂ ୧୪ ତାରିଖ ଦୁଇଦିନ ଧରି ବ୍ରାଜିଲରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ମଙ୍ଗଳବାର ଅପରାହ୍ନରେ ମୋଦୀ ବ୍ରାଜିଲ ରାଜଧାନୀ ବ୍ରାସିଲିଆ ଅଭିମୁଖେ ବାହାରିବେ। ଚଳିତ ଥର ସମ୍ମିଳନୀର ବିଷୟବସ୍ତୁ ‘ଅଭିନବ ଭବିଷ୍ୟତ ପାଇଁ ଆର୍ଥିକ ବୃଦ୍ଧି’ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ୬ଷ୍ଠ ଥର ପାଇଁ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଭାରତୀୟ ଉଦ୍ୟୋଗପତିଙ୍କର ଏକ ବଡ଼ ପ୍ରତିନିଧିମଣ୍ଡଳୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରନ୍ତି । ୨୦୧୪ରେ ମୋଦୀ ପ୍ରଥମ ଥର ଲାଗି ବ୍ରାଜିଲର ଫୋର୍ଟୋଲେଜାରେ ଅନୁଷ୍ଠିତ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ