ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ଦିନରେ ୩୧୬୫ ପ୍ରାର୍ଥୀପତ୍ର ଦାଖଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ତୃତୀୟ ଦିବସରେ ବୁଧବାର କେନ୍ଦ୍ରାପଡା ଜିଲ୍ଲାର ୩୧୬୫ଜଣ ପ୍ରାର୍ଥୀ ୱାର୍ଡସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଜିଲା୍ଲର ୨୪୫୪ ଜଣ ୱାର୍ଡସଭ୍ୟ, ୩୮୨ଜଣ ସରପଞ୍ଚ, ୩୧୦ଜଣ ସମିତି ସଭ୍ୟ ଓ ୧୯ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ହୋଇଛିି । କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ନିରଞ୍ଜନ ବେହେରାଙ୍କ ନିକଟରେ ଆଳି ବ୍ଲକର ଜିଲ୍ଲା ପରିଷଦ ଜୋନ ନଂ-୨ରୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଜୟକୁମାର ଜେନା, ଆଳି ବ୍ଲକର ୩ନଂ ଜୋନରୁ କଂଗ୍ରେସ ପ୍ରାର୍ଥୀନୀ ବନସ୍ୱିନୀ ସାମଲ, କେନ୍ଦ୍ରାପଡା ବ୍ଲକ ୬ନଂ ଜୋନରୁ କଂଗ୍ରେସ ପ୍ରାର୍ଥୀନୀ ସଶ୍ମ୍ମିତା ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକର ୧୫ନଂ ଜୋନରୁ କଂଗ୍ରେସ ପ୍ରାର୍ଥୀନୀ ପୁଷ୍ପଲତା ଜେନା, ରାଜକନିକା ବ୍ଲକର ୨୭ନଂ ଜୋନରୁ କଂଗ୍ରେସ ପ୍ରାର୍ଥୀନୀ ପ୍ରିୟଦର୍ଶିନୀ ବେହେରା, ରାଜକନିକା ବ୍ଲକର ୨୮ନଂ ଜୋନରୁ କଂଗ୍ରେସ ପ୍ରାର୍ଥୀ କ୍ଷିରୋଦ କୁମାର ବେହୁରା, ରାଜକନିକା ବ୍ଲକର ୨୯ନଂ ଜୋନରୁ କଂଗ୍ରେସ ପ୍ରାର୍ଥୀନୀ ପ୍ରମିଳା ସାହୁ, ରାଜନଗର ବ୍ଲକର ୩୦ନଂ ଜୋନର ସହଦେବ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଳି ବ୍ଲକର ୪ନଂ ଜୋନରୁ ବିଜେଡି ପ୍ରାର୍ଥୀ ଜୟରାମ ସାହୁ, କେନ୍ଦ୍ରାପଡା ବ୍ଲକର ୬ନଂ ଜୋନରୁ ବିଜେଡି ପ୍ରାର୍ଥୀନୀ ନିର୍ମଳା ମହାନ୍ତି, ଡେରାବିଶ ବ୍ଲକର ୧୩ନଂ ଜୋନରୁ ବିଜେଡି ପ୍ରାର୍ଥୀନୀ ଗୀତାଞ୍ଜଳୀ ସେଠୀ, ମହାକାଳପଡା ବ୍ଲକର ୨୦ନଂ ଜୋନରୁ ବିଜେଡି ପ୍ରାର୍ଥୀ ସୁବୋଧ କୁମାର ଲେଙ୍କା, ମହାକାଳପଡା ବ୍ଲକର ୨୧ନଂ ଜୋନରୁ ବିଜେଡି ପ୍ରାର୍ଥୀନୀ ଅନୁରାଧା ସ୍ୱାଇଁ, ମାର୍ଶାଘାଇ ବ୍ଲକର ୨୬ନଂ ଜୋନରୁ ବିଜେଡି ପ୍ରାର୍ଥୀ ପ୍ରତାପ କୁମାର ମଲ୍ଲିକ ଜିଲ୍ଲା ପରିଷଦ ସଭ୍ୟ ପଦରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବିଏସପି ଦଳର ପ୍ରାର୍ଥୀ ଭାବେ ମାର୍ଶାଘାଇ ବ୍ଲକର ୨୪ନଂ ଜୋନରୁ ଅଶୋକ କୁମାର ପ୍ରଧାନ, ସ୍ୱାଧୀନ ପ୍ରାର୍ଥୀ ଭାବେ ପଟ୍ଟାମୁଣ୍ଡାଇ ବ୍ଲକର ୧୫ନଂ ଜୋନରୁ ଝୁନଲତା ବେହେରା, ମାର୍ଶାଘାଇ ବ୍ଲକର ୨୪ନଂ ଜୋନରୁ ଜଳଧର ବେହେରା, ରାଜକନିକା ବ୍ଲକର ୨୮ନଂ ଜୋନରୁ ସରୋଜକାନ୍ତ ରାଉତ ଏବଂ ସତ୍ୟଜିତ ସ୍ୱାଇଁ ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିିଛନ୍ତି ।