ବିଜେଡି ଓ ବିଜେପିର ଜିଲ୍ଲାପରିଷଦ ପ୍ରାର୍ଥୀ ତାଲିକା ଘୋଷଣା

ହାଟଡିହି, (ବିକାଶ ବିଶ୍ୱାଳ) :-ଆସନ୍ତା ଜିଲ୍ଲାପରିଷଦ ନିର୍ବାଚନ ପାଇଁ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ୭ଟି ଯାକ ଜୋନର ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ଆଜି ତରତରା ଠାରେ ବିଧାୟକ ଭାଗିରଥି ସେଠୀ, ବିଧାୟକ ଅଶୋକ ବଳ, ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଅନୁଭବ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଟୁଟୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ୭ଟିଯାକ ଜୋନର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୧ନଂ ଜୋନରେ ଟୁନି ରଣା, ୨ନଂ ଜୋନରେ ଜିତେନ୍ଦ୍ର ସାମଲ, ୩ନଂ ଉର୍ମିଳା ସାହୁ, ୩୪ନଂ ଜୋନରେ ସୋମନାଥ ଦାସ, ୩୫ନଂ ଜୋନରେ ସୁକାନ୍ତୀ ଜେନା, ୩୬ନଂ ଜୋନରେ କୌଶଲ୍ୟା ସେଠୀ, ୩୭ନଂ ଜୋନରେ ବିମ୍ବାଧର ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଟିକେଟ ଦିଆଯାଇଛି । ସେହିପରି ବିଜେପି ପକ୍ଷରୁ ୧ନଂ ଜୋନରେ ତପସ୍ୱିନୀ ମହାନ୍ତ, ୨ନଂ ଜୋନରେ ପୁଷ୍ପାଞ୍ଜଳୀ ପୃଷ୍ଟି, ୩ନଂ ଜୋନରେ ଅସିମା ମିଶ୍ର, ୩୪ନଂ ଜୋନରେ ବିବେକାନନ୍ଦ ରାଉତ, ୩୫ନଂ ଜୋନରେ ତୃପ୍ତୀମୟୀ ଜେନା, ୩୬ନଂରେ ପୁର୍ଣ୍ଣପ୍ରଭା ଜେନା, ୩୭ନଂ ଜୋନରେ ଜ୍ଞାନେନ୍ଦ୍ର କୁମାର ଜେନାଙ୍କୁ ଟିକେଟ ଦିଆଯାଇଥିବା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ