ଗୁମ୍ମାରେ ମଶା ବଂଶବୃଦ୍ଧି : ମଝି ରାସ୍ତାରେ ଆବର୍ଜନା ପାଣି

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସ୍ୱଚ୍ଛତା ହିଁ ସ୍ୱାସ୍ଥ୍ୟର ପ୍ରତିକ ହେଲେ ପରିମଳ ବ୍ୟବସ୍ଥାରେ କେବେ ଆସିବ ସୁଦାର । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଶ୍ରୟଗଡ଼ ଓ ଗୁମ୍ମାର ୨୦ଟି ୱାର୍ଡର ଶତାଧିକ ସାହିବସ୍ତିରେ ମଶା ଯୋଗୁଁ ଅସ୍ତବ୍ୟସ୍ତ ଜୀବନ । ସୂଚନାଯୋଗ୍ୟ ତୋରଭା ଓ ଗୁମ୍ମା ପଞ୍ଚାୟତ ପରିସରଭୁକ୍ତ ଅଧିକାଂଶ ୱାର୍ଡର ସାହିବସ୍ତିରେ ଥିବା ନାଳନର୍ଦ୍ଧମା ମାଟିରେ ଭରପୁର । ଫଳରେ ଅଳିଆ ଆବର୍ଜନା ପାଣି ରାସ୍ତା ଉପରେ ଚାଲୁଚି ତ ଆଉ କେଉଁଠି କୁଢ଼କୁଢ଼ ଅଳିଆ ଜମିରୋଉଛି । ତେଣୁ ମଶା ବଂଶବୃଦ୍ଧି ପାଇବାରେ ଲାଗିଛି ବୋଲି ସାଧାରଣରେ ଆଲୋଚିତ ହେଉଛି । ମଶାଙ୍କ ଦାଉ ଏଭଳି ହେଲାଣି ଯେ ଅପରାହ୍ନରୁ ଘର ଭିତରେ କିମ୍ବା ଅଗଣାରେ ବସି ହେଉନାହିଁ । ଏପରିକି ମଶା କାମୁଡିବା ଦ୍ଵାରା ଦୀର୍ଘ ସମୟ ଧରି ଗଡ଼ହାତ କୁଣ୍ଡେଇ ହେଉଚି ଓ ଫୋଳି ଯାଉଛି । ଘାଲି ସେଥିକି ନୁହେଁ ନାମିଦାବି କୋମ୍ବାନୀର ଲିକ୍ଵଟ, କଏଲ ମଧ୍ୟ କାଟୁ କରୁନି । ଅଞ୍ଚଳବାସୀଙ୍କୁ ମଶା କଲବଲ କରୁଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ପଞ୍ଚାୟତ ଓ ଗାଁକଲ୍ୟାଣ ସମିତିର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରାଯାଉନଥିବା ଅଭିଯୋଗ ହେଉଛି । ଏପଟେ ମଶା କାମୁଡ଼ାରେ ଜୌର ହେଲେ କରନାର ଆକ୍ଷପ ଦିଆଯାଇଛି ବୋଲି ସାଧାରଣରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ