ଘଟଗାଁ ତାରିଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଘଟଗାଁ ,(ଯୁଗାବ୍ଦ ନ୍ୟୁଜ): ସମଗ୍ର ରାଜ୍ୟରେ ମଙ୍ଗଳବାର କାର୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟେକ ଦେବା ଦେବୀଙ୍କ ମନ୍ଦିରରେ ବୋଇତ ବନ୍ଦାଣ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରଗିଥିବା ବେଳେ ଘଟଗାଁ ବାସିନୀ ମାଆ ତାରିଣୀଙ୍କ ନିକଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବଡିସକାଳୁ ଶ୍ରଦ୍ଧାଳୁ ମାନେ ବୁଡ ପକାଇ ବୋଇତ ଭସାଇ ସାରିବା ପରେ ଦେବା ଦେବିଙ୍କ ଦର୍ଶନ କଲେ ବର୍ଷକର ପାପ କ୍ଷୟ ହୋଇଥାଏ ଓ ଆଗାମୀ ଦିନରେ ତାଙ୍କ ଜିବନରେ ଖୁସି ଆନନ୍ଦ ଭରି ରହିଥାଏ ବୋଲି ବିଶ୍ୱାସ ଅଛି । ଏ ନେଇ ମଙ୍ଗଳବାର ଘଟଗାଁ ମା ତାରିଣୀ ମନ୍ଦିରରେ ହଜାର ହଜାର ଭକ୍ତ ସକାଳୁ ବୁଡ ଦେଇ ସାରିବା ପରେ ଆଜି ମାଙ୍କ ଦର୍ଶନ କରିଥିଲେ । ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଆଜି ଭୋର ୬ଘଟିକା ସମୟରୁ ମାଆଙ୍କ ଯଥା ବିଦ୍ଧି ପୂଜାର୍ଚ୍ଚନା ହେବା ସହିତ ମାଆଙ୍କୁ ସୁନା ବେଶରେ ସଜ୍ଜିତ କରି ମାଆଙ୍କର ପହଡ ଖୋଲିଥିଲା । ଭୋର୍ ସକାଳୁ ଶ୍ରଦ୍ଧାଳୁ ମାନେ ମଧ୍ୟ ବୁଡ ଦେଇ ଘଟଗାଁ ମା ତାରିଣୀ ଙ୍କ ସୁନାବେଶ ଦର୍ଶନ କରିବା ପାଇଁ ବହୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଭକ୍ତଙ୍କ କହିବା କଥା ଏହି କାର୍ତିକ ମାସ ସମ୍ପୁର୍ଣ୍ଣ ମାସ ସାରା ଆମିଷ ଭୋଜନ କରି ନଥାନ୍ତି ଏବଂ କାର୍ତକ ପୂର୍ଣ୍ଣିମା ଦିନ ଭୋର୍ ସକାଳୁ ଶ୍ରଦ୍ଧାଳୁ ମାନେ ବୁଡ ଦେଇ ସାରିବା ପରେ ବୋଇତ ଭସାଇ ଦେବା ଦେବିଙ୍କ ଦର୍ଶନ କଲେ ବର୍ଷକର ପାପ କ୍ଷୟ ହୋଇଥାଏ ଓ ଆଗାମୀ ଦିନରେ ତାଙ୍କ ଜିବନରେ ଖୁସି ଆନନ୍ଦ ଭରି ରହିଥାଏ ବୋଲି ବିଶ୍ୱାସ ଅଛି । କାର୍ତିକ ପୂର୍ଣ୍ଣମୀ ସହିତ ମାଆ ତାରିଣୀଙ୍କର ପ୍ରିୟ ବାର ମଙ୍ଗଳବାର ହୋଇଥିବାରୁ ମାଆଙ୍କର ପ୍ରିୟବାରରେ ମାଆଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଶ୍ରଦ୍ଧାଳୁଙ୍କ ଆନୁମାନିକ ଭିଡକୁ ଲକ୍ଷ କରି ମନ୍ଦିର ପ୍ରଶାସନ ପକ୍ଷରୁ ଅଧିକ ସଂଖ୍ୟକ ପୂଜକ ନିୟୋଜିତ କରାଯାଇଥିଲା । ଅନ୍ୟପକ୍ଷରେ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ଶାନ୍ତି ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ବାହାରେ ଏବଂ ମନ୍ଦିର ଭିତରେ ପୋଲିସ୍ ମୁତୟନ କରାଯାଇଥିଲା । କାର୍ତୀକ ପୁର୍ଣ୍ଣମୀ ଅବସରରେ ପ୍ରାତଃ ସମୟରୁ ବୁଡ ଦେଇ ଦେବାଦେବିଙ୍କର ଦର୍ଶନ କଲେ ବର୍ଷ ଯାକର ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଆଜି କେନ୍ଦୁଝର ଜିଲ୍ଲାର ବିଭିନ୍ନ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ