ନାଉଗାଁର ବିଭିନ୍ନ ସ୍ଥାନରେ କାର୍ତିକେଶ୍ୱର ପୂଜା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ପବିତ୍ର କାର୍ତିକ ମାସ ଅବସରରେ ନାଉଗାଁ ବ୍ଳକର ପୁରପଲ୍ଲୀରେ କାର୍ତିକେଶ୍ୱର ପୂଜା ବହୁ ଜାକଜକମରେ ଅନୁଷ୍ଟିତ ହେଉଛି । ଏହି ଅବସରରେ ତିହୁଡା,ମହିଷାମୁଣ୍ଡା,ଗୋଠଦା, ବାଲିମଝିପଡା,ଗଂଗଦାହାଟ ଆଦି ସ୍ଥାନରେ ଆକର୍ଷଣୀୟ ଆଲୋକମାଳରେ ସୁସଜ୍ଜିତ କରାଯାଇଛି । ଏହି ଉପଲକ୍ଷେ ଗଂଗଦାହାଟ କାର୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଏକ କଳସ ଶୋଭାଯାତ୍ରା ଗଂଗଦାହାଟରୁ ବାହାରି ଜମୁନାସ୍ନାନ ମେଳନ ପଡିଆର ଗୋବରୀ ନଦୀଘାଟରୁ ଜଳପୂର୍ଣ୍ଣ କଳସ ଅଣାଯାଇ ପୂଜାମଣ୍ଡପରେ ସ୍ଥାପନ କରାଯାଇଛି । ପରେ ରିତିନିତୀ ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ଏଥିରେ କର୍ତାଭାବେ ନଟବର ମହାରଣା ରହିଥିବା ବେଳେ କମିଟିର ସଭାପତି ରାଜକିଶୋର ସାହୁ, ସଂପାଦକ ରଶ୍ମୀରଂଜନ ତ୍ରିପାଠୀ,ପ୍ରକାଶ ଲେଙ୍କା,ଉଗ୍ରେସନ ପରିଡା,ନିଗମ ବାରିକ, ପ୍ରକାଶ ବିଶ୍ୱାଳ, ପ୍ରସାର ବିଶ୍ୱାଳ,ପପିନ୍ଦ୍ର ନାୟକ,ରାଜେଶ ପୁହାଣଙ୍କ ସମେତ ଅନ୍ୟ ସଦସ୍ୟମାନେ ପରିଚାଳନା କରୁଛନ୍ତି । ପ୍ରତ୍ୟେହ ସଂଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହିପରି ବାଲିମଝିପଡା କାର୍ତିକେଶ୍ୱର ପୂଜା କମିଟି ତରଫରୁ କାର୍ତିକେଶ୍ୱର ପୂଜା ଅନୁଷ୍ଠିତ ହେଉଛି । ଏଠାରେ ସାଧୁସନ୍ଥ ସମ୍ମିଳନୀ,ଓଡିଶୀ ନୃତ୍ୟ, ଘୋଡାନାଚ,ଭଜନ ପରିବେଷଣ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ପୂଜାକୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମୁଥିବା ଦେଖାଯାଉଛି ।


