ବିଜେଡି ପକ୍ଷରୁ ଜିଲ୍ଲା ପରିଷଦ ପଦବୀ ପାଇଁ ନାମାଙ୍କନପାତ୍ର

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୁଗୁଡା ବ୍ଳକର ୩ ଜିଲ୍ଲା ପରିଷଦ ପଦବୀ ପାଇଁ ବିଜେଡି ପକ୍ଷରୁ ଜାନୁଆରୀ ୨୧ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୪୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରୁ ସମିତା ସ୍ୱାଇଁ, ୪୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରୁ ଗଙ୍ଗାପାଣି ଜେନା ଓ ୪୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରୁ ଚାନ୍ଦିନୀ ନାୟକ ବିଜୁ ଜନତା ଦଳ ପକ୍ଷରୁ ଜିଲାପରିଷଦ ପ୍ରାର୍ଥୀ ରୂପେ ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ବିଜେଡି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଉପାଧ୍ୟକ୍ଷ୍ଯ ଟୁକୁନା ସ୍ୱାଇଁ, ଜିଲ୍ଲାପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଆତ୍ମା ସଭାପତି ମୁକୁନ୍ଦ ନାୟକ, ସୁବ୍ରତ ରାଖେଲ ଦାସ, ଟୁକୁନା ଜେନା, ଗୋଳାବନ୍ଧ ପଞ୍ଚାୟତ ସଭାପତି ସନାତନ ମହାରଣା, ଜିତେନ୍ଦ୍ର ନାୟକ, ରାମଚନ୍ଦ୍ର ଭୂୟାଁ ସମେତ ଦଳର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ