ପ୍ରତିଶୋଧ ନେବାକୁ ବୃଦ୍ଧ କରୁଥିଲେ ସାଇକେଲ୍ ସିଟ୍ ଚୋରି

ଜାପାନର ରାଜଧାନୀ ଟୋକିଓରେ ରହୁଥିବା ଜଣେ ୬୧ ବର୍ଷର ବୃଦ୍ଧ କୌଣସି ସୁନାରୁପା ଅଳଙ୍କାର ନୁହେଁ, ଏମିତି ଜିନିଷ ଚୋରି କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତଥାପି ଏପରି ଏକ ମଜାଳିଆ ଘଟଣା ନଜରକୁ ଆସିଛି । ଅଭିଯୁକ୍ତଙ୍କ ନାମ ଆକିୟୋ ହତୋଡ଼ି । ସହରରେ ଲଗାତାର ସାଇକେଲ ସିଟ୍ ଚୋରି ହେଲା । ଫଳରେ ପୋଲିସ ପାଇଁ ଚିନ୍ତା ବଢ଼ିଗଲା । ଆକିୟୋ ପ୍ରଥମ ଥର ଅଗଷ୍ଟ ମାସରେ ଏକ ସାଇକେଲ ସିଟ୍ ଚୋରି କଲେ । ଯେଉଁ ବ୍ୟକ୍ତିଙ୍କର ସାଇକେଲ ସିଟ୍ ଚୋରି ହୋଇଥିଲା ସେ ସନ୍ଦେହରେ ଆକିୟୋଙ୍କ ନାମରେ ମାମଲା ରୁଜୁ କରିଥିଲେ । ପୋଲିସ ମଧ୍ୟ ସିସିଟିଭି ଫୁଟେଜ୍‌ରୁ ଆକିୟୋଙ୍କୁ ଚିହ୍ନିପାରିଥିଲା । ପୋଲିସ ତାଙ୍କୁ ଗିରଫ କରିବାରୁ ଘରେ ଏତେସଂଖ୍ୟକ ସାଇକେଲ ସିଟ୍ ସେ ଚୋରି କରି ରଖିଥିବା ଜାଣିବାକୁ ପାଇଥିଲା । ଏତେ ସଂଖ୍ୟକ ସାଇକେଲ ସିଟ୍ ଚୋରି କରିବା ପଛରେ ଏକ କାରଣ ବି ରହିଛି ।ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି, ୨୦୧୮ରେ ତାଙ୍କ ସାଇକେଲର ସିଟ୍ କେହି ଚୋରାଇ ନେଇଥିଲା । ଏହା ଫଳରେ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ତେଣୁ ସେ ଏହାର ପ୍ରତିଶୋଧ ନେବାକୁ ସାଇକେଲ ସିଟ୍ ସବୁ ଚୋରି କରି ଆଣୁଥିଲେ । ତାଙ୍କୁ ଯେଉଁ ସମସ୍ୟାରେ କେହି ପକାଇଛି ସେ ଅନ୍ୟକୁ ମଧ୍ୟ ଏପରି ସମସ୍ୟାରେ ପକାଇବେ ବୋଲି ନିଷ୍ପତ୍ତି ନେଲେ । ଫଳରେ ଗୋଟିଏ ପରେ ଗୋଟିଏ ସାଇକେଲ ସିଟ୍ ଚୋରି କରିବାରେ ଲାଗିଲେ । ଯେଉଁଥିପାଇଁ ଧରାପଡ଼ି ସେ ଏବେ ଜେଲ୍ ଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ