ସାହିତ୍ୟିକ ଅକ୍ଷୟ ମଲ୍ଲିକ ସମ୍ବର୍ଦ୍ଧିତ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ାର ବରିଷ୍ଠ ସାହିତ୍ୟିକ କବି ତଥା ଆବଶରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଅକ୍ଷୟ ମଲ୍ଲିକଙ୍କୁ ଗଞ୍ଜାମ ଜିଲ୍ଲା କୋଦଳାସ୍ଥ ଶ୍ରୀ ଶ୍ରୀ ଦଣ୍ଡେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଆୟୋଜିତ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଏକ ମନୋଜ୍ଞ ସାରସ୍ଵତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି। ଶ୍ରୀ ମଲ୍ଲିକ ବର୍ତମାନ ମୁନିଗୁଡା ସାହିତ୍ୟ ସଂସଦର ବରିଷ୍ଠ ଉପଦେଷ୍ଟା ଭାବେ ପରିଚିତ ରହିଥିବା ବେଳେ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଏବଂ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଜୀବନବ୍ୟାପୀ ଅବଦାନ ମଧ୍ୟ ରହିଛି। ଯାହାକୁ ନେଇ ତାଙ୍କୁ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ସୂଚନା ଅନୁଯାୟୀ ଗତ ୧୯ ଅଗଷ୍ଟ ୨୦୨୬ରେ ଗଞ୍ଜାମ ଜିଲ୍ଲା କୋଦଳାସ୍ଥ ଶ୍ରୀ ଶ୍ରୀ ଦଣ୍ଡେଶ୍ଵର ଶୈବ ପୀଠ ପରିସରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଆୟୋଜିତ ସାରସ୍ଵତ ଅଧିବେଶନରେ ବିପ୍ଳବୀ କବି ପ୍ରଶାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତା ଏବଂ ସାହିତ୍ୟ ସମ୍ମିଳନୀର ମହା ସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରାକ୍ତନ ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ବିଶ୍ଵନାଥ ମହାପାତ୍ର,ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଗୀତାଞ୍ଜଳି ଦାସ,ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ.ଜୟନ୍ତୀ ରଥ ଏବଂ ଅନେକ କବି,ଗାଳ୍ପିକ,ଗବେଷକ ମାନଙ୍କ ଉପସ୍ଥିତିରେ ଶ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କୁ ତାଙ୍କର ଭାଷା ସାହିତ୍ୟ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପୁଷ୍ପଗୁଚ୍ଛ,ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଖବର ମୁନିଗୁଡ଼ାରେ ପହଞ୍ଚିବା ପରେ ତାଙ୍କୁ ମୁନିଗୁଡା ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସ, ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ, ଉପସଭାପତି ମନୋରଞ୍ଜନ ଦଳାଇ, କବି କୃଷ୍ଣଚନ୍ଦ୍ର ମଲ୍ଲିଜ, ବରିଷ୍ଠ ରାଜନେତା ରାମଚନ୍ଦ୍ର ବେହେରା, ସାହିତ୍ୟ ସଂସଦର ସୁଧାକର ପାତ୍ର, ଉତ୍ତମ କୁମାର ଦାସ, ହୃଷିକେଶ ଜାଲିଙ୍କ ସମେତ ମୁନିଗୁଡାର ସାହିତ୍ୟ ସଂସଦ,ସମ୍ବାଦ ସାହିତ୍ୟ ଘର ସମେତ  ବିଭିନ୍ନ ସଙ୍ଗଠନ ଓ ବିଭିନ୍ନ ସାଂସ୍କୃତିକ ଓ ସାହିତ୍ୟିକ ଅନୁଷ୍ଠାନ ତରଫରୁ ତାଙ୍କୁ ଅଜସ୍ର ଶୁଭେଚ୍ଛାର ସୁଅ ଛୁଟୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ