ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  : ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ସ୍ଥାନୀୟ  କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୨ ତମ ଜୟନ୍ତୀ ଅବସର ରେ ଜାତୀୟ ସଦଭାବନା  ଦିବସ ପାଳିତ ହୋଇଯାଇଛି ।ନଗର କଂଗ୍ରେସ ସଭାପତି ତଥା ଦିଗପହଣ୍ଡି ଏନ୍ଏସି ୧୦ ନଂ ୱାର୍ଡ କାଉନସିଲର ଦୀପକ କୁମାର ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ସ୍ମୃତି ସଭା ରେ ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜୀବ ଗାନ୍ଧୀ ମାତ୍ର ୪୦ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵଭାର ଗ୍ରହଣ କରିଥିଲେ। ତାଙ୍କ ଜୀବନ ଏକ ସଂଘର୍ଷ ମୟ ହୋଇଥିବା ବେଳେ ଭାରତର ସ୍ୱାୟତ୍ତ ଶାସନ ତଥା ପଞ୍ଚାୟତରାଜ ବ୍ୟବସ୍ଥାକୁ  ଅଧିକ ଶକ୍ତିଶାଳୀ କରିବା ପାଇଁ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ।ନିର୍ବାଚନରେ ମତଦାନ କରିବାର ବୟସ ସୀମା ୨୧ ରୁ ୧୮ ବର୍ଷକୁ ହ୍ରାସ କରାଯିବା।ସମଗ୍ର ଦେଶରେ ପ୍ରଯୁକ୍ତିବିଦ୍ୟା ସ୍ୱରୂପ କମ୍ପ୍ୟୁଟରୀକରଣ ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପଦକ୍ଷେପ ନେଇ ସେ ଆପ୍ରାଣ ଉଦ୍ୟମ ଜାରି ରଖି ଶେଷରେ ୧୯୯୧ ମେ ୨୧ ତାରିଖରେ ନିର୍ବାଚନ ପ୍ରଚାର ସମୟରେ ଆତ୍ମଘାତୀ ବିସ୍ଫୋରଣ ଦ୍ଵାରା ସେ ନିଜ ଜୀବନ ହାରିଥିଲେ ବୋଲି କହିଥିଲେ।ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ମାରୋଣତ୍ତର ଭାରତରତ୍ନ ଉପାଧି ଦିଆଯାଇଥିଲା।  ଜାତୀୟ ସଂହତି,ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ସାମାଜିକ ବନ୍ଧନ କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗତ ୧୯୯୨ ମସିହା ଠାରୁ ଜାତୀୟ ସ୍ତରରେ ସ୍ବର୍ଗତ ରାଜୀବ ଙ୍କ ଜନ୍ମଦିବସ କୁ ସଦଭାବନା ଦିବସ ଭାବେ ପାଳନ କରାଯାଉଛି। ସ୍ମୃତି ସଭାରେ ପୂର୍ବତନ କାଉନସିଲର ରସାନନ୍ଦ ରାଉତ  , କାଉନସିଲର ସୁନୀଲ ପଣ୍ଡା ,କାଉନସିଲର ପ୍ରତିନିଧି ରଞ୍ଜୀତ କୁମାର ବେହେରା ,ଇ.ଶଙ୍କର, କାର୍ଯ୍ୟକର୍ତ୍ତା ଶଙ୍କର ମହାରଣା, ଶିବ ପ୍ରଧାନ, ଟିକିନା ପଟ୍ଟନାୟକ, ବଣ୍ଟି ପଣ୍ଡା, ଅଜିତ ପାଣିଗ୍ରାହୀ, କୁକ ପାଣିଗ୍ରାହୀ,ଏମ.ପଞ୍ଚୁ ଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହି ରାଜୀବଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ