ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, : ‘ସୁରକ୍ଷା’ ପକ୍ଷରୁ ୧୩ତମ ବୋଇତ ବନ୍ଦାଣ ଉତ୍ସବ ଲୁମ୍ବିନୀ ବିହାରସ୍ଥିତ ପ୍ରୋଜେକ୍ଟ ୱାଟର ପରିସରରେ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ୧୧ ତାରିଖ ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟନୀ ଉତ୍ସବ ବନ୍ଦାଣ କମିଟିର ସଭାପତି ବିଶ୍ୱନାଥ ମହନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ‘ସୁରକ୍ଷା’ର ସଭାପତି ସୁଧାଂଶୁ ମହାପାତ୍ର ସ୍ୱାଗତ ଭାଷଣ ଓ ସମ୍ପାଦକ କେଶବ ରଣା ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ବିଜୟ ନାୟକ, ବିଜେଡ଼ି ମୁଖପାତ୍ର ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଲତା ଦେଓ, ସୁବାସ ଚୌଧୁରୀ, ଉମାକାନ୍ତ ମହାପାତ୍ର, ସ୍ୱେଚ୍ଛାସେବୀ ବନ୍ଦନା ପଣ୍ଡା, ରୁଦ୍ର ସାମନ୍ତରାୟ ଓ ମିହିର ମେହେର ପ୍ରମୁଖ ଉପସ୍ଥିତ ଥିଲେ । ସକାଳ ୬ ଘଟିକାରେ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାଦମ୍ବିନୀର ସମ୍ପାଦିକା ଡଃ ଇତି ସାମନ୍ତରାୟ ଓ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ବିଜୟ ନାୟକ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ବୋଇତ ଭସାଇଥିଲେ । ଉତ୍ସବରେ ‘ସୁରକ୍ଷା’ର ସଭାପତି ସୁଧାଂଶୁ ମହାପାତ୍ର, ବୋଇତ ବନ୍ଦାଣ କମିଟିର ସଭାପତି ବିଶ୍ୱନାଥ ମହାନ୍ତି, ବିଶିଷ୍ଟ ସମାଜସେବୀ ଆନନ୍ଦ ପଟ୍ଟନାୟକ, ସୁରକ୍ଷାର ସମ୍ପାଦକ କେଶବ ରଣା, ଦେବ ଚୌଧୁରୀ ସଂଗଠନ ସମ୍ପାଦିକା ମିଲି ରଣା, ରେବତୀ ସଓ କର୍ମକର୍ତ୍ତା ପଦ୍ମଲୋଚନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉପଲଲେ ସ୍ମରଣିକା ଉନ୍ମୋଚନ ହେବା ସହିତ ପ୍ରହରୀ ନାମଯଜ୍ଞ ଓ ଭଜନ ସମାରୋହ ଆୟୋଜିତ ହୋଇଥିଲା । ବିଶ୍ୱନାଥ ପଟ୍ଟନାୟକ, ଚିତ୍ରଙ୍ଗଦା ପ୍ରଧାନ, ଡଃ ସୁବାସ ନାୟକ, ସୋନୁ ଆଚାର୍ଯ୍ୟ, ନିହାର ଦାସ, ପ୍ରସନ୍ନ ପାଣି, କନକଲତା ପାତ୍ର, ଧନେଶ୍ୱର ବାରିକ, ଇଂ ରାକେଶ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ନିବେଦିତା ଲେଙ୍କା, କୈଳାସ ଜେନା, ରବୀନ୍ଦ୍ର ପଟ୍ଟନାୟକ, ପବିତ୍ର ସ୍ୱାଇଁ, ବିଚିତ୍ରାନନ୍ଦ ରାଉତରାୟ ଓ ଜୟଚନ୍ଦ୍ର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ କାର୍ତ୍ତିକେଶ୍ୱର ମନ୍ଦିରର ଶିଳାନ୍ୟାସ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ