ନିର୍ବାଚନ ରଣାଙ୍ଗନରେ : ଶାଶୁବୋହୁ ଓ ସ୍ୱାମୀ ସ୍ତ୍ରୀ

ହାଟଡିହି, (ବିକାଶ ବିଶ୍ୱାଳ) :-ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବର୍ାଚନରେ ହାଟଡିହି ବ୍ଲକର ୩୧ଟି ସରପଞ୍ଚ ପାଇଁ ପ୍ରତିଦ୍ୱନ୍ଦିତା ହେଉଛି । ଏହି ନିର୍ବାଚନରେ ମୋଟ ୧୪୫ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି । କିନ୍ତୁ ତାହାରି ଭିତରେ ସ୍ୱାମୀ ଓ ସ୍ତ୍ରୀ ସରପଞ୍ଚ ପାଇଁ ପ୍ରାର୍ଥୀ ହେବା ଓଆଉ ଏକ ପଞ୍ଚାୟତରେ ଶାଶୁ ବୋହୁ ପ୍ରାର୍ଥୀ ହେବା ଘଟଣା ଆଲୋଚନାର ପ୍ରସଙ୍ଗ ପାଲଟିଛି । ଇଞ୍ଚୋଳ ପଞ୍ଚାୟତରେ ମନ୍ଦାକିନୀ ରାଉତ ଓ ତାଙ୍କ ସ୍ୱାମୀ ଶ୍ରୀକାନ୍ତ ରାଉତ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ଶାସଙ୍ଗ ପଞ୍ଚାୟତରେ ବାସନ୍ତୀ ବିଶ୍ୱାଳ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବୋହୁ ମଧୁମିତା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଏହି ପଞ୍ଚାୟତରୁ ନଳିନୀ ବିଶ୍ୱାଳ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବୋହୁ ପୂଜା ସାହୁ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ