ଉତ୍କଳମିଡିଆ ପକ୍ଷରୁ ନେତାଜୀ ଜୟନ୍ତୀ ଓ ବାର୍ଷିକ ଉତ୍ସବ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ସ୍ଥିତ ଅର୍କଶ୍ରୀ ଶିଳ୍ପୀ ବାଟିକା ଠାରେ ପବିତ୍ର ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଓ୍ବେବମିଡିଆ ଚ୍ୟାନେଲ ଉତ୍କଳମିଡିଆର ପ୍ରଥମ ବାର୍ଷିକ ଉତ୍ସବ ସମାରୋହ ପାଳିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଓ ଉତ୍କଳମିଡିଆର ବାର୍ଷିକ ସମାରୋହରେ ଅତିଥି ଭାବରେ ପ୍ରାକ୍ତନ ପ୍ରାଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୋଇ, ପ୍ରାକ୍ତନ ବନବିଭାଗ ଅଧିକାରୀ ଦୁଃଶାସନ ନାୟକ, ବରିଷ୍ଠ ସମାଜସେବୀ ରାମକୃଷ୍ଣ ମହାନ୍ତି, ଗବେଷକ ସଂଜୟ କୁମାର ବରାଳ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ, ଯୁବସମାଜସେବୀ ଇଂ ନିହାର ରଞ୍ଜନ ବେଉରା ଓ ଅର୍କଶ୍ରୀ ସାମାଜିକ ସଂଗଠନର ସଂପାଦକ ଉମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦେଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ବହୁମୁଖୀ ପ୍ରତିଭା, ଅମ୍ଲାନ ଦେଶଭକ୍ତି ଓ ବୀରତ୍ୱର ଗାଥା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଉତ୍କଳମିଡିଆର ସଂପାଦକ ସୌମ୍ୟରଂଜନ ମହାରଣା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ପରିପ୍ରେକ୍ଷୀରେ ସାମାଜିକ ସେବା ଓ ସମାଜ ପ୍ରତି ଅତୁଳନୀୟ ଅବଦାନ ପାଇଁ ୩୦ ବ୍ଯକ୍ତି ଓ ସାମାଜିକ ସଂଗଠନକୁ କର୍ମବୀର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ନେତାଜୀ ଜୟନ୍ତୀ ଓ ଉତ୍କଳମିଡିଆର ବାର୍ଷିକ ଉତ୍ସବ ସମାରୋହକୁ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିବା ବେଳେ କୁନାଲ ପାତ୍ର ସମେତ ଉତ୍କଳମିଡିଆର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।


