ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଂଚାୟତ ଜୋରାଗଡ଼ିଆ ପ୍ରାଥମିକ ବିଦ୍ୟାଳୟ ଠାରେ ଦେଵଜ୍ୟୋତି ଫାଉଣ୍ଡେସନ ଓ ଭୂମିକା ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନ ପରିଚାଳକ ବିକାଶ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଶିବିରକୁ ପ୍ରଧାନଶିକ୍ଷକ ଉମାକାନ୍ତ ରାଉତ ଉଦ୍ଘାଟନ କରିଥିଲେ । ଏଥିରେ ଆଖପାଖ ଅଞ୍ଚଳରୁ ୫୦ରୁ ଉର୍ଦ୍ଧ୍ବ ଚକ୍ଷୁ ରୋଗୀ ଯୋଗଦେଇଥିବା ବେଳେ ସେମାନଙ୍କୁ ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା କରି ବିଭିନ୍ନ ଚିକିତ୍ସା ପରାମର୍ଶ ଦେଇଥିଲେ । ତନ୍ମଧ୍ୟରୁ ୧୬ଜଣଙ୍କର ଅସ୍ତ୍ରୋପଚାର ପାଇଁ ହସ୍ପିଟାଲ ପଠାଯାଇଥିଲା । ଡାକ୍ତର ସାନିଭା ପ୍ରିୟଦର୍ଶନୀ ବଳ ଓ ରବିନ୍ଦ୍ର ଜେନାଙ୍କ ସମେତ ତରୁଣ କୁମାର ଜେନା, ରୋଜି ସାହୁ, ପ୍ରିୟଦର୍ଶିନୀ ଓଝା ପ୍ରମୁଖ ଚକ୍ଷୁ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ଅକ୍ଷୟ ପତି, ନିରୋଦ କୁମାର ଦାସ, ଜ୍ଞାନ ରଞ୍ଜନ ନାୟକ, ଲଳିତ ନାୟକ ପ୍ରମୁଖ ଶିବିରକୁ ପରିଚାଳନା କରିଥିବା ବେଳେ ଫାଉଣ୍ଡେସନର ଅନ୍ୟତମ ସଦସ୍ୟ ବିପ୍ଳବ ମଙ୍ଗରାଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ