ବରହା ଶିକାରପାଇଁ ବିଛାଇଥିବା ବିଦ୍ୟୁତତାରରେ : ନିଜେ ଛନ୍ଦିହୋଇ ଯୁବକ ମୃତ୍ୟୁ
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ କୁଶପଲ୍ଲି ଗ୍ରାମରେ ଚାଷଜମି ଭିତରେ ବରହା ମାରିବା ପାଇଁ ନିଜେ ବିଚାଇଥିବା ବିଦ୍ୟତୁ ତାରରେ ନିଜେ ଛନ୍ଦି ହୋଇ , ଉକ୍ତ ଗ୍ରାମର ଗଣେଶ ବିଶ୍ୱାଳ(୩୫) ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ହୋଇଥିବା ଜଣାପଡିଛି । ତେବେ ପୋଲିସ ଭୟରେ ଶବକୁ ଘଂଚ ଜଙ୍ଗଲ ଭିତରକୁ ଗ୍ରାମବାସୀ ନେଇଯାଇଥିବା ଗ୍ରାମର ପ୍ରତ୍ୟକ୍ଷ ଦର୍ଶୀ ମାନେ ସୂଚନା ଦେଇଛନ୍ତି । ଉକ୍ତ ଗ୍ରାମର ଗଣେଶ ବିଶ୍ୱାଳ ଓ ତିନିଜଣ ସାଥୀ ବରହା ଶିକାର ପାଇଁ ଗ୍ରାମ ନିକଟସ୍ଥ ଏକ ଚାଷ ଜମିରେ ଏଗାର କେଭି ଲାଇନରୁ ବିଦ୍ୟତୁ ତାର ହୁକ ପକାଇ ତାର ବିଛାଇଥିଲେ । ପରେ ଏକ ଗଛ ବୁଦାମୂଳେ ଜଗିରହିଥିଲେ । ବିଦ୍ୟୁତ ତରରୁ ଏକ ଶବ୍ଦ ଓ ସ୍ପାରକ ହେବାରୁ ବରହା ତାରରେ ଛନ୍ଦି ହେଇଥିବା ଭାବି ବିଦ୍ୟୁତ ତାର ପାଖକୁ ଯାଇ ବିଦ୍ୟୁତ ତାର ହାତରେ ଟେକିବାରୁ ,ସଟସର୍କିଟହୋଇ ଘଟଣା ସ୍ଥଳରେ ଗଣେଷର ମୃତ୍ୟୁ ହୋଇଯାଇଥିଲା । ଏହା ଦେଖି , ତିନି ଜଣ ସାଥି ସେଠାରୁ ପଳାଇଯାଇ ଅନ୍ୟ ସାଥିମାନଙ୍କୁ ଡାକି ଶବକୁ ସେଠାରୁ ନେଇ ଲୁଚାଇଦେଇଥିଲେ । ପରେ ଏନେଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।ପରେ ଗ୍ରାମବାସୀ ପୋଲିସକୁ ନ ଜଣାଇ ରାତାରାତି ମୃତ୍ୟକ ଗଣେଶ ସହ ସାଥୀରେ ଯାଇଥିବା ଅନ୍ୟ ତିନି ଜଣଙ୍କ ପରିବାର ନିକଟରୁ ଲକ୍ଷାଧିକ ଟଙ୍କା ଫାଇନ ପକାଇ ଶବକୁ ଘଂଚ ଜଙ୍ଗଲରେ ଲୁଚାଇଦେଇଥିଲେ । ଘଟଣାର ସକାଳୁ ସକାଳୁ ଖବର ପାଇ ରମ୍ଭା ଆଇଆସିସି ଦିପ୍ତୀ ରଂଜନ ବେହେରାଙ୍କ ନେତୃତ୍ବରେ ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲେ ମଧ୍ୟ, ଶବ ମିଳିପାରିନଥିଲା । ଏନେଇ ରମ୍ଭା ଆଇଆଇସି ବେହେରା ସହ ଯୋଗଯୋଗ କରିବାରୁ ଶବ ଗାୟବ କରିଛନ୍ତି କି ପୋଡିଦେଇଛନ୍ତି , ସ୍ୱଷ୍ଟ ଚିତ୍ର ମିଳିପାରୁନି । ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖିଥିବା ବେଳେ ,ବିଭିନ୍ନ ବର୍ଗର ଲୋକଙ୍କୁ ପଚରାଉଚରା କରାଯାଉଛି ବୋଲି କହିଛନ୍ତି । ଅନ୍ୟପଟେ ରମ୍ଭା ପୋଲିସ ଖବର ପାଇ ପହଞ୍ଚିବା ପାଇଁ ତତପରତା ହେଉଥିବା, ଉକ୍ତ ସମୟରେ ହୁମ୍ମା ଠାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ମୃତ୍ୟୁ ହେବା, ସେଠାକୁ ଯାଇ ବିଳମ୍ବରେ ପହଁଚିବାରୁ ଶବ ଗାୟବ ହୋଇଯାଇଥିବା ସାଧାରଣରେ ଆଲୋଚନା ହେଉଛି ।


