୧୫ ନମ୍ବର ଜୋନରେ ପାଣି ସମସ୍ୟା ନେଇ ଘେରିଲେ ମହିଳା
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ଅନ୍ତର୍ଗତ ୧୫ନମ୍ବର ଜୋନରେ ଦଳୀୟ ଜିଲ୍ଲାପରିଷଦ ପାର୍ଥି ,ଦଳୀୟ ସମର୍ଥିତ ସମିତି ଓ ସରପଞ୍ଚ ପାର୍ଥିଙ୍କ ପାଇଁ ପ୍ରଚାର କରିଛନ୍ତି, ପୂର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣନ ବୋର୍ଡ଼ର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା । ଏହି ପ୍ରଚାର ସମୟରେ ଗୋଖରକୁ ଦା ଗ୍ରାମ ଠାରେ ଗ୍ରାମକୁ ପାଣି ଆସୁନଥିବା ଅଭିଯୋଗ କରି ମହିଳା ମାନେ ପୁର୍ବତନ ଉପବାଚସ୍ପତିଙ୍କୁ ଘେରାଉ କରିଥିଲେ । ଆପଣବିଧାୟକ ଥିବା ସମୟରେ ଗ୍ରାମକୁ ଆସିଥିବା ପାନୀୟ ଜଳ ଯୋଗାଣ ବର୍ତ୍ତମାନ ବନ୍ଦ ଥିବା ନେଇ ଦୃଷ୍ଟିଆକର୍ଷଣ କରିଥିଲେ । ଏନେଇ ପୁର୍ବତନ ଉପବାଚସ୍ପତି ପଣ୍ଡା ଘଟଣାସ୍ଥଳରୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ପାନୀୟ ଜଳ ଯୋଗାଣ ହେବ ବୋଲି କହିବା ପରେ ସମସ୍ତେ ଶାନ୍ତ ହୋଇଥିଲେ । ପରେ ଵିଞ୍ଚଣାପଲ୍ଲି, ପାଳିବନ୍ଧ, ପୁରୁଣାବନ୍ଧ, ସୂର୍ଯ୍ୟନାରାୟଣପୁର ଗ୍ରାମରେ ପ୍ରଚାର କରିବା ସହ ତାଙ୍କ ସମୟରେ ପଞ୍ଚାୟତରେ ତିନଟି ବ୍ରିଜ ନିର୍ମାଣ, ସାବେବ କେନାଲର ଖନନ, ଓ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ, ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଲୋକଙ୍କୁ କହିବା ସହ ଦକୀୟ ପାର୍ଥୀଙ୍କୁ ବିଜୟ କରିବା ପାଇଁ କହିଥିଲେ । ଉକ୍ତ ସମୟରେ ଜିଲ୍ଲାପରିଷଦ ସଭ୍ୟ ପାର୍ଥି ସନାତନ ବେହେରା, ସମିତି ସଭ୍ୟ ପାର୍ଥି ଉସାରାଣୀ ପ୍ରଧାନ, ସରପଞ୍ଚ ପାର୍ଥି ସଂଯୁକ୍ତା ପ୍ରଧାନ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୁ ଶ୍ରମିକ ସାମୁଖ୍ୟ ଜିଲ୍ଲା ଉପସଭାପତି ଶଙ୍କର ଦାସ ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ପୁର୍ବତନ ସରପଞ୍ଚ ଗୋବିନ୍ଦ ରେଡ୍ଡୀ, ତ୍ରିଲୋଚନ ସାହୁ, ବିଜେଡି ନେତା କୃଷ୍ଣ ପ୍ରଧାନ, ରଞ୍ଜିତ ପଲାଇ, ବିଦୁ ପ୍ରଧାନ, ମଗତା ବେହେରା ବୁଦ୍ଧିମନ୍ତ ରାଓ, ପବିତ୍ର ସ୍ୱାଇଁ, ରବିନ୍ଦ ପଲେଇ, ସୁବାସ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ ।


