ଦ୍ୱାଦଶ ଜାତୀୟ ମତଦାତା ଦିବସ -୨୦୨୨ ଉପଖଣ୍ଡ ସ୍ତରୀୟ ସମାରୋହ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଦ୍ୱାଦଶ ଜାତୀୟ ମତଦାତା ଦିବସ -୨୦୨୨ ଉପଖଣ୍ଡସ୍ତରୀୟ ସମାରୋହ ଉପଜିଲ୍ଲାପାଳ ସରୋଜ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ସହିତ ରାଇରଙ୍ଗପୁର ତହସିଲଦାର ଯୋଗ ରଂଜନ ନାୟକ,ରାଇରଙ୍ଗପୁର ପୌରଅଧିକାରୀ ଧର୍ମେନ୍ଦ୍ର ଶତପଥୀ, ରାଇରଙ୍ଗପୁର ସହକାରୀ ଜିଲ୍ଲାପାଳ ଶକନ୍ତୁଳା ହାଁସଦାଃ ଉପସ୍ଥିତଥିଲେ । ଉପଜିଲ୍ଲାପାଳ ସରୋଜ ଦାସ କହିଥିଲେ ଭାରତ ହେଉଛି ବିଶ୍ବର ସବୁଠାରୁ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର । ୧୯୫୦ ମସିହା ଦଜାନୁଆରୀ ୨୬ରେ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ଘୋଷାଣା ହୋଇଥିଲା । ଏହାର ଠିକ୍ ପୂର୍ବଦିନ ଜାନୁଆରୀ ୨୫ ତାରିଖ ଦିନ ସମ୍ବିଧାନ ଧାରା ୩୨୪ ଅନୁସାରେ ଜାତୀୟ ନିର୍ବାଚନ କମିଶନ ପ୍ରତିଷ୍ଠା ହୋଇଥିଲା । ୨୦୧୧ ମସିହାରୁ ଜାତୀୟ ମତଦାତା ଦିବସ ପାଳନ କରାଯାଉଅଛି । ସୁଦୃଢ ଗଣତନ୍ତ୍ର ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ନିର୍ବାଚନୀ ସାକ୍ଷରତା ଅପରିହାର୍ଯ୍ୟ । ଚଳିତବର୍ଷ ଏହି ଦିବସ ପାଳନର ମୁଦ୍ଦା ହେଉଛି ‘ଆମ ମତଦାତାମାନଙ୍କୁ ସଶକ୍ତ, ସତର୍କ ଓ ସୂଚନାମୁକ୍ତ କରାଇବା । ରାଷ୍ଟ୍ର ଗଠନରେ ଯୁବକମାନଙ୍କର ଭୂମିକା ଗୁରୁତ୍ବପୁର୍ଣ । ତେଣୁ ୧୮ ବର୍ଷରୁ ଅଧିକ ଯୁବଗୋଷ୍ଠୀ ସମସ୍ତେ ଭୋଟର ତାଲିକାରେ ନାମ ଯୋଡନ୍ତୁ ଏବଂ ସାଙ୍ଗସାଥୀ, ପଡୋଶୀଙ୍କ ମଧ୍ୟରେ ଭୋଟର ତାଲିକାରେ ଯୋଡିବା ପାଇଁ ସଚେତନ କରାନ୍ତୁ । ସମସ୍ତେ ଗଣତାନ୍ତ୍ରିକ ନିର୍ବାଚନରେ ଅଂଶ ଗ୍ରହଣ କରି ନିଜର ମନ ପସନ୍ଦର ପ୍ରାର୍ଥିଙ୍କୁ ଭୋଟ ଦେଇ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବାରେ ସହାୟକ ହୁଅନ୍ତୁ । ପରେ ଅତିଥିଗଣ ଜାତୀୟ ମତଦାତା ଦିବସ ପାଇଁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରିଥିଲେ । ପରେ ପ୍ରଥମ ଥର ପାଇଁ ଭୋଟର ହୋଇଥିବା କଲେଜ ଛାତ୍ରଛାତ୍ରୀଙ୍କୁ ନୂତନ ଭୋଟର ପରିଚୟ ପତ୍ର ଅତିଥିଗଣ ପ୍ରଦାନ କରିଥିଲେ । ତଦସହ ରାଇରଙ୍ଗପୁର ଏବଂ ସାରସକଣା ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ବିଏଲଓଙ୍କୁ ଉପଜିଲ୍ଲାପାଳ ପୁରଷ୍କୂତ କରିଥିଲେ । ଏଥି ସହିତ ମହାମାରୀ କୋଭିଡ-୧୯ ଭିତରେ ନିରାପଦରେ ନିବାଚନ ପାଳନ ପାଇଁ ଆବଶ୍ୟକ ଅନୁଶାସନ ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମରେ ବୁଦ୍ଧିଜିଵୀ, ସରକାରୀ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ରାଇରଙ୍ଗପୁର ମହାଵିଦ୍ୟାଳୟ ଏବଂ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ନିର୍ବାଚନ ବିଭାଗୀୟ ଅଧିକାରୀ ପ୍ରସାଦ ବେହେରା ଏବଂ ଦୁର୍ଗା ପ୍ରସାଦ ଦାସ ପରିଚାଳନାରେ ସହଯୋଗ କରିଥିଲେ ।