ସାମ୍ବାଦିକ ବ୍ରଜକିଶୋରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ଦୈନିକ ସମ୍ବାଦର ସାମ୍ବାଦିକ ବ୍ରଜକିଶୋର ସିଂହଙ୍କର ସୋମବାର କଟକ ବଡ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସିଂହଙ୍କ ବିୟୋଗରେ କେନ୍ଦ୍ରାପଡାର ସାମ୍ବାଦିକମାନେ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍ୱର୍ଗତ ସିଂହଙ୍କ ଅମରଆତ୍ମାର ସଦଗତି କାମନା କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ମାତୃଦତ୍ତ ମହାନ୍ତି, ଚିତ୍ତରଞ୍ଜନ ଦାସ, ମନୋଜ ସ୍ୱାଇଁ, ରାଧାକାନ୍ତ ମହାନ୍ତି, ଉମାକାନ୍ତ ମହାପାତ୍ର, ଲକ୍ଷ୍ମୀକାନ୍ତ ନାୟକ, ମହେଶ ପାଢୀ, କୈଳାସ ସାହୁ, ଶିବାଶିଷ ମହାନ୍ତି, କବିତା ପ୍ରଧାନ, ଆକାଶ ଦାସ, ବୀରେନ ଦାସ, ହରେକୃଷ୍ଣ ବେହେରା, ନମିତା ନାୟକ, ଉମେଶ ପାଢୀ, ବଳରାମ ବେହେରା, ମଳୟ ସାହୁ, ରଞ୍ଜନ କୁମାର ସାହୁ, ସେକ ଆସିକୁଦ୍ଦିନ, ରାକେଶ ଲେଙ୍କା ପ୍ରମୁଖ ସ୍ୱର୍ଗତ ସିଂଙ୍କ ବିୟୋଗରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ