ଯାଜପୁରରେ ଜାତୀୟ ମତଦାତା ଦିବସ ପାଳିତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ଗଣତନ୍ତ୍ରକୁ ସୁଦୃଢ କରିବାରେ ମତଦାତାଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ଏକ ସଠିକ ଭୋଟର ତାଲିକା ଓ ଭୋଟର ପରିଚୟ ପତ୍ର ପ୍ରସ୍ତୁତି ମଧ୍ୟ ତତୋଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଦ୍ୱାଦଶ ଜାତୀୟ ମତଦାତା ଦିବସ ପାଳିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଏକ ସୁସ୍ଥ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କମିଶନଙ୍କ ଲକ୍ଷ୍ୟ, ତେଣୁ ଆମ ସମସ୍ତଙ୍କ ଉଦ୍ୟମରେ ଏହାକୁ ପରିପୃଷ୍ଟ କରିବା ବୋଲି ସେ କହିଥିଲେ । ଜିଲ୍ଲାର ଉପଜିଲ୍ଲାପାଳ ତଥା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଧିକାରୀ ଏବଂ ଅନ୍ୟ ୨ ଜଣ ବି.ଏଲ୍‌.ଓ. ଙ୍କୁ ରାଜ୍ୟ ସ୍ତରରେ ସମ୍ୱର୍ଦ୍ଧିତ କରାଯିବା ସେହି ସାମୁହିକ ଉଦ୍ୟମର ପ୍ରତିପଂଳନ ବୋଲି କହିବା ସହ ସମସ୍ତ ବି.ଏଲ୍‌.ଓ. ମାନଙ୍କୁ ଶୁଭେଚ୍ଚ୍ଥା ଜଣାଇଥିଲେ । ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ନୂତନ ଭୋଟର ମାନଙ୍କୁ ମତଦାନ ପ୍ରକ୍ରିୟାରେ ସାମିଲ ସହ ମୃତ, ସ୍ଥାନାନ୍ତର ଭୋଟର ମାନଙ୍କୁ ବାଦ ଦେଲେ ଭୋଟର ତାଲିକା ଅଧିକ ସ୍ୱଚ୍ଚ୍ଥ ଓ ସମୃଦ୍ଧ ହୋଇପାରିବ ବୋଲି କହିବା ସହ ନିଶ୍ଚିତ ମତଦାନ ପାଇଁ ସମସ୍ତଙ୍କୁ ପ୍ରେରଣା ଦେବାକୁ ପରାମର୍ଶ ଦେଇଥିଲେ । ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା ସମସ୍ତଙ୍କୁ ସ୍ୱାଗତ ସହ ଭୋଟର କାର୍ଡ ଓ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ଉତ୍କୃଷ୍ଟ କାର୍ଯ୍ୟ ପରିଚାଳନା ପାଇଁ ବି.ଏଲ୍‌.ଓ. ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ସହକାରୀ ଜିଲ୍ଲାପାଳ ତରଣୀସେନ ପଟ୍ଟନାୟକ, ଉମେଶ ଚନ୍ଦ୍ର ଲେଙ୍କା, ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ଜରୁରୀ ବିଭାଗର ପ୍ରୋଗ୍ରାମ ମ୍ୟାନେଜର ଦେବାଶିଷ ପ୍ରଧାନ, ନିର୍ବାଚନ ବିଭାଗର ସେକସନ ଅପିଂସର ବିଜୟ କୁମାର ଦାଶ, ପଦ୍ମନାଭ ଦାଶ, ଅଜୟ ମହାପାତ୍ର, ସୁବାସ ଚନ୍ଦ୍ର ପଣ୍ଡା, ସମସ୍ତ ବି.ଏଲ୍‌.ଓ. ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମତଦାତା ଶପଥ ପାଠ କରାଯିବା ସହ ଜନ ସଚେତନତା ଉଦ୍ଦେଶ୍ୟରେ ଏକ ମତଦାତା ରଥକୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ଉଦ୍‌ଘାଟନ କରିଥିଲେ । ସୂଚନା ଯୋଗ୍ୟ ଯେ, ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଇ.ଆର.ଓ. ଭାବେ ଉପଜିଲ୍ଲାପାଳ ଡଃ ମହାପାତ୍ରଙ୍କୁ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ପାର୍ଟ ୮୨ ର ବି.ଏଲ୍‌.ଓ. ସ୍ମୃତି ରଂଜନ ସାହାଣୀ ଓ ବଡଚଣା ନିର୍ବାଚନ ମଣ୍ଡଳୀ ପାର୍ଟ ନଂ. ୮୩ ର ଭବାନୀ ଶଙ୍କର ସେନାପତିଙ୍କୁ ରାଜ୍ୟ ସ୍ତରରେ ସମ୍ୱର୍ଦ୍ଧିତ କରାଯାଇଚ୍ଥି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ