୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ବନ୍ତ ପଞ୍ଚାୟତ ସମିତିରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ଶୁଭଦର୍ଶନ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ତହସିଲରେ ତହସିଲଦାର ଅଙ୍କିତା ବାରିକ, ସବ୍-ରେଜେଷ୍ଟି କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ବନ୍ତ ଥାନାରେ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ବିଇଓ ଅଫିସରେ ଏବିଓ ଗୟାଧର ପଣ୍ଡା, ବନ୍ତ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତର ନିର୍ମଳ ଚନ୍ଦ୍ର ବାରିକ, ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଏସ.ଡି.ଓ କାଳନ୍ଦି ଚରଣ ବେହେରା, ଜଳସେଚନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମଲ, ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ସ୍କୁଲରେ ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ବାରିକ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ବିକାଶ ସମିତି ଓଡିଶାର ଭଦ୍ରକ ଜିଲା ପ୍ରମୁଖ ଲକ୍ଷ୍ମୀଧର କର, ଟିଲୋ ପଞ୍ଚାୟତରେ ସରପଞ୍ଚ ନିହାରିକା ରାଉତ, ନିଳୋକ ହାଇସ୍କୁଲରେ ଶିକ୍ଷକ ସୁଧାକର ପଣ୍ଡା, ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି, ନିଳୋକ ପଞ୍ଚାୟତ କାର୍ଯ୍ୟାଳୟ ଓ ସାଧନା ବିଦ୍ୟା ମନ୍ଦିରରେ ସରପଞ୍ଚ ଅଶୋକ ମହାନ୍ତି, ନିଳୋକ ସତ୍ସଙ୍ଗ କେନ୍ଦ୍ରରେ ଅବିନାଶ ଚନ୍ଦ୍ର ନାୟକ, ନରସିଂହପୁରସ୍ଥିତ ପ୍ରୟାସ ଶିକ୍ଷାନୁଷ୍ଠାନରେ ସମାଜସେବୀ ଶିବ ନାରାୟଣ ବିଶ୍ୱାଳ ପତାକା ଉତ୍ତୋଳନ କରିଥିଲେ । ଏଥିସହ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ପୋଷ୍ଟ ଅଫିସ, ଆର.ଡବ୍ଲ୍ୟୁ.ଏସ୍.ଏସ୍ ଅଫିସ, ନିଳୋକ ବିଦ୍ୟୁତ୍ ଷ୍ଟକ୍ଚର, କଳିଙ୍ଗ ବିକାଶ କଂପ୍ୟୁଟର, ଗଡଚଣ୍ଡି ମଧ୍ୟ ଇଂରାଜୀ ବିଦ୍ୟାଳୟ, ପଦ୍ମାବତୀ କମ୍ପ୍ୟୁଟର ଏକାଡେମୀ, ଟିଲୋ ପ୍ରାଥମିକ ଓ ସରକାରୀ ନୋଡାଲ ହାଇସ୍କୁଲ ସମେତ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକରେ ଏହି ଦିବସ ପାଳିତ ହୋଇଯାଇଛି ।


