ମିଶନ୍ ଶକ୍ତି ଫୁଡ୍‌କୋର୍ଟରେ ‘ଦୁଗ୍ଧ’ ଷ୍ଟଲ୍ କାର୍ଯ୍ୟକ୍ଷମ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ମିସନ୍ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି)ମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏହି କ୍ରମରେ ଛତ୍ରପୁର ଏନ୍‌ଏସି ପକ୍ଷରୁ କିଛି ଦିନ ପୂର୍ବେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ଏକ ମିସନ୍ ଶକ୍ତି ‘ଫୁଡ୍‌କୋର୍ଟ’ଖୋଲାଯାଇଛି । ଫୁଡ୍‌କୋର୍ଟ ଷ୍ଟଲ ଗୁଡିକରେ ଏସଏଚଜିର ମା’ ମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି । ସେହିପରି ଆଜି ଶ୍ରୀ କ୍ରିଷ୍ଣା ଏସଏଚଜି ପକ୍ଷରୁ ଏକ ‘ଦୁଗ୍ଧ’ ଷ୍ଟଲ କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ବିଶୁଦ୍ଧ ଦୁଗ୍ଧ ପାଇ ପାରିବେ ଏବଂ ମହିଳା ଗୋଷ୍ଠୀମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ଏନ୍‌ଏସି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ