ବିଜେଡିର ମିଶ୍ରଣ ପର୍ବ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଭୋଟରଙ୍କ ମନରେ ଆଗ୍ରହ ଓ ଉଦ୍ଦିପନା ବୃଦ୍ଧି ପାଉଥିବାର ଦେଖାଯାଇଛି । କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬ ନମ୍ବର ଜୋନରେ ଏକ ନିଆରା ପରମ୍ପରା ସୃଷ୍ଟି ହୋଇଛି । ଚକ୍ରୋଡା ପଞ୍ଚାୟତର ପୂର୍ବତନ କଂଗ୍ରେସ ସମର୍ଥିତ ସରପଞ୍ଚ ଉତ୍ତମ ଚରଣ ମଲିକ ଓ ତାଙ୍କର ବହୁ ସମର୍ଥକ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଏବଂ କେନ୍ଦ୍ରାପଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି(ପୀର ଭାଇ)ଙ୍କ ନେତୃତ୍ୱକୁ ବିଶ୍ୱାସ କରି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ବେହେରା ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ପୂର୍ବତନ ସରପଞ୍ଚ ଶ୍ରୀ ମଲିକ କହିଥିଲେ ଯେ ମୁଁ ଓ ମୋର ସମର୍ଥକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ଥାନୀୟ ବିଧାୟକ ଶ୍ରୀ ବେହେରାଙ୍କ ଜନ ହିତକର କାର୍ଯ୍ୟ ଓ ବିକାଶ ଧାରାକୁ ବିଶ୍ୱାସ କରି ବିଜୁ ଜନତା ଦଳରେ ସାମିଲ ହୋଇଛୁ । ଚଳିତ ନିର୍ବାଚନରେ ନିର୍ମଳା ଅପାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆମେ ଜିତାଇବୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ