୨୦୦ରୁ ଉର୍ଦ୍ଧ ଭାଜପା କର୍ମୀ ବିଜେଡିରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକର କେ. ସୀତାପୁର ପଞ୍ଚାୟତ ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି । ଏଥିରେ ସିଙ୍ଗିପୁର ଗ୍ରାମାଞ୍ଚଳର ପ୍ରାୟ  ୨୦୦ରୁ ଉର୍ଦ୍ଧ ଭାଜପା କର୍ମୀ, ନେତା ବିଜେଡିରେ ଯୋଗଦେଇଥିବାର ଜଣାପଡିଛି । ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମକୁ ବିଜେଡି ନେତା ଡ. ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ହୋଇଥିଲା । ବିଜେଡିରେ ନୂତନ କରି ଯୋଗ ଦେଇଥିବା କର୍ମୀ ଓ ନେତାମାନେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପା ଦଳ ତ୍ୟାଗ କରିଛୁ । ଏହା ସହ ବିଜେଡି ସରକାରର ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉଥିବା ଏବଂ ଏଥି ଯୋଗୁଁ ଗରୀବ ଲୋକ ଉପକୃତ ହେଉଥିବା ଯୋଗୁଁ ଆକର୍ଷିତ ହୋଇଛୁ ବୋଲି କହିଛନ୍ତି ।  ଏମାନଙ୍କୁ ଶ୍ରୀ ପାଣିଗ୍ରାହୀ ଓ ଅନ୍ୟାନ୍ୟ ବରିଷ୍ଠ ବିଜେଡି ନେତାମାନେ ଦଳୀୟ ଉତ୍ତରୀୟ ଦେଇ ବିଜେଡି ଦଳକୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସମ୍ପାଦକ ମାରୁତ କୁମାର ପାଳ ପ୍ରମୁଖଙ୍କ ସମେତ  କାଶୀନଗର ଜୋନ ନଂ-୨ର ଜିଲ୍ଲାପରିଷଦ ବିଜେଡି ପ୍ରାର୍ଥୀ ଗାବରା ତିରୁପତି ରାଓ, ସ୍ଥାନୀୟ ସମିତି ସଭ୍ୟ ପ୍ରାର୍ଥିନୀ ବାଲା ସାୟାମ୍ମା, ସ୍ଥାନୀୟ ସରପଞ୍ଚ ପ୍ରାର୍ଥୀ କେ.ତେଜେଶ୍ୱର ରାଓ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ