୨୯ ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡିର ପ୍ରଚାର ଜୋରଦାର

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ଏବେ ପ୍ରାର୍ଥୀଙ୍କ ସମେତ ନେତା ଓ ସମର୍ଥକଙ୍କ ଗହଳି ଲାଗିଛି । କେଉଁଠି ପ୍ରାର୍ଥୀ ଓ ସମର୍ଥକମାନେ ଡୋର କ୍ୟାମ୍ପେନିଂ କରୁଛନ୍ତି ତ ପୁଣି କେଉଁଠି ନେତାମାନେ କର୍ମୀ ସମ୍ମିଳନୀ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ସରପଞ୍ଚ ଓ ସମିତି ସଭ୍ୟ ଅପେକ୍ଷା ନେତାମାନେ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ବିଜୟକୁ ବିଶେଷ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ୨୯ ନଂ ଜିଲା ପରିଷଦ ଜୋନରେ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ଚାଲିଥିବା ଦେଖଯାଇଛି । ୨୦୧୭ ନିର୍ବାଚନରେ ଏହି ଜୋନ ବିଜେପି ଦଖଲରେ ଥିବା ବେଳେ ଏଥର ବିଜେଡି ଏହାକୁ ଅକ୍ତିଆର ପାଇଁ ଆଣଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି । ଚଳିତ ନିର୍ବାଚନରେ ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏହି ଜୋନ ପାଇଁ ବିଜେଡି ପକ୍ଷରୁ ଜିଲା ପରିଷଦ ସଭ୍ୟ ପ୍ରାର୍ଥୀ ହୋଇଛନ୍ତି । ସଦର ବିଧାୟକ ସ୍ୱରୂପ ଦାସଙ୍କ ପ୍ରତ୍ୟକ୍ଷ ତତ୍ତବାବଧାନରେ ଏଠାରେ ଏବେ ଦଳ ପକ୍ଷରୁ ପ୍ରଚାର ଚାଲିଛି । ଏନେଇ ବାହାବଳପୁର ପଞ୍ଚାୟତରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ଶ୍ରୀ ଦାସ ଏଥିରେ ଯୋଗଦେଇ ଦୀୟ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କ ବିଜୟ ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶହ ଶହ ଲୋକାଭିମୁଖୀ ଯୋଜନା ବାବଦରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ଦଳୀୟ ଜିଲା ପରିଷଦ ପ୍ରାର୍ଥୀ ଶ୍ରୀ ପ୍ରଧାନଙ୍କ ସମେତ ଦଳୀୟ ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ଼ମେମ୍ବର୦ଙ୍କୁ ବିପୁଳ ଭୋଟରେ ଜତାଇବାକୁ ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ