ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆପାଙ୍ଗ ଆଓ ଦିନକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଫେରି ଥିବାର ଜଣାପଡିଛି । ସେ ତାଙ୍କ ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟର ପରିଦର୍ଶନ କରିଥିବା ବେଳେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ରାଜସ୍ୱ ଓ କୋଭିଡ ସମ୍ବନ୍ଧୀୟ ସମୀକ୍ଷା ବୈଠକ କରିଥିବାର ଜଣାପଡିଛି । ରାଜସ୍ୱ ବିଭାଗର ବିଭିନ୍ନ ପ୍ରଚଳିତ କାର୍ଯ୍ୟର ପୁଙ୍ଖାନୁ ପୁଙ୍ଖ ସମୀକ୍ଷା କରିଥିଲେ । ଏହା ସହ ଜିଲ୍ଲାରେ ଚାଲୁ ରହିଥିବା କୋଭିଡ୍ କେୟାର ସେଣ୍ଟର ଗୁଡିକର ପରିଚାଳନା କୋଭିଡ ସମ୍ପର୍କିତ ସମସ୍ତ ତଥ୍ୟ ପଚାରି ବୁଝିବା ସହ ସମୀକ୍ଷା କରିଥିଲେ । ବିଶେଷ କରି ଘରୋଇ ସଂଗରୋଧରେ ରହୁଥିବା ଆକ୍ରାନ୍ତଙ୍କ ସମ୍ପର୍କେ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ସହକାରୀ ଜିଲ୍ଲାପାଳ ନଟବର ଗରଡା, ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପ୍ରମୁଖଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ