ଅଳ୍ପକେ ବର୍ତିଲା ଅନେକ ନିରୀହ ଜୀବନ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଅବକାରୀ ବିଭାଗ ଶନିବାର ଦିନ ମୋହନା ଅଭିମୁଖେ ଆସୁଥିବା ବେଳେ ଚାନ୍ଦିପୁଟ ଗ୍ରାମ ରେ ଜଳଖିଆ ଖାଉଥିବା ବେଳେ ଏକ ବୁଲେର ପିକାପ ଗାଡି ଦୃତ ଗତିରେ ଆସୁଥିଲା ଚନ୍ଦ୍ରଗିରି ପଟୁ ଚାନ୍ଦିପୁଟ ବଜାର ରେ ଅବକାରୀ ବିଭାଗ କର୍ମଚାରୀ ଙ୍କୁ ଦେଖି ଓଡ଼ିଆ ସାହି ଭିତରେ ଦୃତ ଗତିରେ ଯିବାରୁ ଲୋକେ ଭୟବିତ ହୋଇ ରାସ୍ତାରୁ ହଟି ଯାଇଥିଲେ ଅବକାରୀ ବିଭାଗ ଗାଡିକୁ ଫୋଲ କରି ଠାକୁରାଣୀ ମନ୍ଦିର ନିକଟରେ କାବୁ କରିଥିଲେ I ଥାନା ଚାନ୍ଦିପୁଟ ଗ୍ରାମ ନିକଟରେ ଗଞ୍ଜେଇ ବୋଝେଇ ପିକ୍ଅପ୍ ଗାଡ଼ି କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଗଜପତି ଅବକାରୀ ବିଭାଗ । ଗିରଫ ଜଣଙ୍କ ହେଲେ ମୋହନା ଥାନା ଚନ୍ଦ୍ରଗିରି ନିକଟ ଯୁବଗାଁ ର ଅଶୋକ କୁମାର ନାୟକ । ଜବତ ଗାଡିଟି ଚାନ୍ଦିପୁଟ ବଜାରରେ କ୍ଷିପ୍ର ଗତି ରେ ଯାଉଥିବା ବେଳେ ସଂଦେହ କରି ଅବକାରୀ ବିଭାଗ ଏସ୍ ଆଇ ଘନଶ୍ୟାମ ଜେନା ଓ ତାଙ୍କ ଟିମ୍ ପିଛା କରିଥିଲେ ।ତେବେ ଚାନ୍ଦିପୁଟ ଗ୍ରାମ ନିକଟରେ ଗାଡିକୁ ଧରିବାରେ ସକ୍ଷମ ହୋଇଥିଲେ ଅବକାରୀ ପୋଲିସ୍ । ଗାଡ଼ି କୁ ତଲାସୀ ନେବାରେ ସେଥିରେ କେତୋଟି ଜରିବସ୍ତାରେ ୨୪୦ କିଲୋଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା ।ତେବେ ଘଟଣା ସ୍ଥଳରୁ କେବଳ ଅଶୋକ କୁ ଗିରଫ କରିବାରେ ପୋଲିସ ସମର୍ଥ ହୋଇଥିବା ବେଳେ ଅନ୍ୟ କିଛି ଆଶାମୀ ଚମ୍ପଟ ମାରିଥିବା ଜଣାପଡିଛି । ଗଞ୍ଜେଇ ସବୁ ମୋହନା ଅଞ୍ଚଳ ରୁ କିଣି ବ୍ରହ୍ମପୁର ଚାଲାଣ କରୁଥିବା ବେଳେ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ । ତେବେ ଏନେଇ ଅବକାରୀ ବିଭାଗ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।


