ମାସନିକ ବିକାରଗ୍ରସ୍ତ ବ୍ୟକ୍ତି ଉଲଗ୍ନ ଅବସ୍ଥାରେ ମୁଖ୍ୟରାସ୍ତାରେ ବୁଲୁଛନ୍ତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟବର୍ତ୍ତୀ ତଥା ସହରର ମୁଖ୍ୟ ରାସ୍ତାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ବୁଲୁଥିବାର ଦେଖାଯାଇଥିଲା । ଏଭଳି ଉଲଗ୍ନ ବ୍ୟକ୍ତି ଜଣକୁ ଦେଖି ଲୋକେ ତଥା ବିଶେଷ କରି ମହିଳାମାନେ ଲାଜକୁଳି ହୋଇ ମୁହଁ ବୁଲାଇ ଦେଇ ଦ୍ରୁତଗତିରେ ଚାଲିଯାଉବା ବେଳେ ପିଲା ଓ ଯୁବବର୍ଗମାନେ ଚିଡାଉଥିବାର ଲକ୍ଷ୍ୟ କରାଯାଉଛି । ତେବେ ଏହି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣକ ଏହି ଅଞ୍ଚଳର ନୁହଁନ୍ତି ଏବଂ ସେ ଟ୍ରେନ ଯୋଗେ କେଉଁ ସ୍ଥାନରୁ ପାରଳାଖେମୁଣ୍ଡି ସହରକୁ ଆସିଯାଇଥିବାର ଅନୁମାନ କରାଯାଉଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ଖବର ଦେବାରୁ ସେମାନେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଏଭଳି ବ୍ୟକ୍ତିଙ୍କୁ ଆମ୍ଭେ ଉଦ୍ଧାର କରିବା ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ ବୋଲି ରୋକ୍ଠକ୍ ଭାବେ ଜଣାଇଦେଇଥିଲେ । ଅନ୍ୟପକ୍ଷରେ ଜିଲ୍ଲାପ୍ରଶାସନର ମୁଖ୍ୟାଳୟ ଅଞ୍ଚଳରେ ଏହି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣକ ବୁଲୁଥିଲେ ହେଁ କୌଣସି ଦୃଷ୍ଟି ନିକ୍ଷେପ ନାହିଁ । ହେଲେ ଏଭଳି ବ୍ୟକ୍ତିବିଶେଷଙ୍କୁ କିଏ ଉଦ୍ଧାର କରି ଥଇଥାନ ବା ସ୍ଥାନାନ୍ତରିତ କରିବ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।