ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଉଦଯାପିତ

ଚିକିଟି-(ଯୁୁଗାବ୍ଦ ନ୍ୟୁଜ )-ଚିକିଟି ବ୍ଲକ ର ନୂଆପଡା,ଚାନ୍ଦପୁର,ଲଲମେଣ୍ଟା, ପଞ୍ଚାୟତ ର ଗ୍ରାମ ଗୁଡିକରେ କାର୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଦିନ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା।ରାଧା କୃଷ୍ଣ ଙ୍କ ପାଇଁ ସ୍ୱତନ୍ତ୍ର ପୂଜାମଣ୍ଡପ କରି ରୀତିନୀତି ଅନୁସାରେ ବ୍ରାହ୍ମଣଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା। ଗୋଟେ ଗ୍ରାମ ର ସଂକୀର୍ତ୍ତନ ମଣ୍ଡଳୀ ଅନ୍ୟ ଏକ ଗ୍ରାମ ର ପୂଜାମଣ୍ଡପ କୁ ଯାଇ ରାଧା କୃଷ୍ଣ ଙ୍କୁ ଦର୍ଶନ କରି ବୁଲିବା ଓ ସଂକୀର୍ତ୍ତନ ମଣ୍ଡଳୀ ଙ୍କ ସହ ବାଦ୍ୟ ସାଙ୍ଗକୁ ହରେକୃଷ୍ଣ ମହାମନ୍ତ୍ର କୁ ନୂରତ୍ନ ସ୍ୱର ରେ ବୋଲି ବାଜି ମାରିବା ପୁରୁଣା ପ୍ରଥା ପ୍ରଚଳିତ ଥିଲା।ହରେ କୃଷ୍ଣ ହରେ ରାମ ପ୍ରତିଧ୍ୱନି ରେ ସମଗ୍ର ତିନି ପଞ୍ଚାୟର ଡଭାର,ଦେଉଳିଆପଡା,ବେଲପନ୍ଥୀ ,ବାଦ୍ୟନାଳ, ସୁନ୍ଦରଡ଼ା, ପତ୍ରଚୁଡ଼ି,ଚାନ୍ଦପୁର,ନୂଆପଡା ଲଲମେଣ୍ଟା,ପାତିଗୋବିନ୍ଦପୁର,ଗୁଲନୂଆପଡା, କୃପମୟପୁର,ସାନକେଲାଝୁରି ,ବଡକେଲାଝୁରି ଗ୍ରାମଗୁଡିକ ରେ ପ୍ରକମ୍ପିତ ହୋଇ ବୁଧବାର ଉଦଯାପିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ