୫୨ ବର୍ଷରେ ଜୁହି
(ଯୁୁଗାବ୍ଦ ନ୍ୟୁଜ) ବଲିଉଡ ର ଜଣେ ନାମିଦାମି ଅଭିନେତ୍ରୀ ତଥା, ମଡେଲ, ଫିଲ୍ମ ନିର୍ମାତା ଭାବେ ବଲିଉଡରେ ବେଶ୍ ନାଁ କରିଥିବା ଜୁହି ଚାଓ୍ୱଲା ଙ୍କ ଆଜି ୫୨ ତମ ଜନ୍ମ ଦିନ । ୧୯୬୭, ନଭେମ୍ବର ୧୩ରେ ଜନ୍ମରେ ପଞ୍ଜାବରେ ଜନ୍ମ ହୋଇଥିଲେ ଜୁହି। ଜୁହି ତାଙ୍କ ଅଭିନୟ କ୍ୟାରିୟର ଭିତରେ ୨ ଥର ଫିଲ୍ମ ଫେୟାର ଆଓ୍ୱାର୍ଡ ଜିତିଛନ୍ତି। ସେ ହିନ୍ଦୀ ବ୍ୟତୀତ ବଙ୍ଗାଳି, ପଞ୍ଜାବୀ, ମାଲାୟାଲମ, ତାମିଲ, କନ୍ନଡ, ତେଲୁଗୁ ଭାଷାରେ ବି ଫିଲ୍ମ କରିଛନ୍ତି। ପାଠପଢ଼ା ସରିବା ପରେ ଜୁହି ୧୯୮୪ରେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ସେ ବିଜୟିନୀ ହୋଇଥିଲେ।


