ବିଜେପିର ପ୍ରଚାର
ବାଲେଶ୍ୱର, (ସରୋଜ ପଣ୍ଡା) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ ବିଭିନ୍ନ ପଞ୍ଚାୟତ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ସାଧାରଣ ଜନତାଙ୍କ ପାଇଁ ପ୍ରଚାର କରୁଛନ୍ତି । ଆଜି ସକାଳେ ଶ୍ରୀ ଦତ୍ତ ସିନ୍ଧିଆ ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପନିଂ ଆରମ୍ଭ କରିଥିଲେ । ଘରକୁ ଘର ଯାଇ ଜନତାଙ୍କୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ । ଶ୍ରୀ ଦତ୍ତ କହିଛନ୍ତି ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ଯେଉଁ ସବୁ ପ୍ରତିଶୃତି ସାଧାରଣ ଜନତାକୁ ଦେଇଥିଲେ, ତାହା ଆଜି ପାଣିର ଗାର ସଦୃଶ ପ୍ରମାଣିତ ହୋଇସାରିଛି । ଉପ ନିର୍ବାଚନକୁ ୧ ବର୍ଷ ବିତିଯାଇ ଥିବା ବେଳେ ପଞ୍ଚାୟତରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇପାରି ନାହିଁ । ଏଠି ରାଜ୍ୟ ସରକାର ବିଭିନ୍ନ ଯୋଜନା ନାମରେ ଲୋକଙ୍କୁ ଭୁଆଁ ବୁଲାଉଛି । ଶ୍ରୀ ଦତ୍ତ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବାଜିମାତ କରିବ ଓ ପଞ୍ଚାୟତରେ ବିକାଶର ନୂଆ ସୂର୍ଯ୍ୟୋଦୟ ହେବ ବୋଲି ସଦର ନେତା ଶ୍ରୀ ଦତ୍ତ ପରିପ୍ରକାଶ କରିଛନ୍ତି । ପରେ ବଇଁଚା ପଞ୍ଚାୟତର ପାଖରାବାଡ ଠାରେ ଅନୁଷ୍ଠିତ ହନୁମାନ ମନ୍ଦିରର ୨ୟ ବାର୍ଷିକୀରେ ଶ୍ରୀ ଦତ୍ତ ଯୋଗଦେଇ ଭଗବାନଙ୍କ ଆଶୀର୍ବାଦ କାମନା କରିଥିଲେ । ଅନ୍ୟମାନଙ୍କ ମ୍ମରେ ୨୫ ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୟାଧର ବେହେରା, ସିନ୍ଧିଆ ସରପଞ୍ଚ ପ୍ରାର୍ଥୀନୀ ସସ୍ମିତା କର, ସମିତିସଭ୍ୟ ପ୍ରାର୍ଥୀ ଅଞ୍ଜନ କୁମାର ପରିଡା, ବଇଁଚା ସରପଞ୍ଚ ପ୍ରାର୍ଥୀ ରବିନାରାୟଣ ପ୍ରଧାନ, ସମିତିସଭ୍ୟା ପ୍ରାର୍ôଥନୀ ଗୀତା ସରେନ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ପଞ୍ଚାୟତ ସଭାପତି ବିରେନ୍ଦ୍ର ସେନାପତି, ମଣ୍ଡଳ ହରିଜନ ମୋର୍ଚ୍ଚା ସଭାପତି ଶ୍ରୀନିବାସ ମହାଳିକ, ପୂର୍ଣ୍ଣଚନ୍ଦ୍ର ବେହେରା, ଭୀମକାନ୍ତ ତରେଇ, ମାୟାଧର ପ୍ରଧାନ, ଅତୁଲ ଖଟୁଆ, ଅନନ୍ତ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ ।