ଭୋଟରଙ୍କ ନିକଟତର ହେଉଛନ୍ତି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ସ୍ୱଚ୍ଛ , ନିର୍ମଳ ଓ ଦକ୍ଷ ସାଙ୍ଗଠନିକ ବ୍ୟକ୍ତିଙ୍କୁ ଜିଲ୍ଲା ପରିଷଦ ଟିକେଟ ଦେଇ ପୁଣି ଥରେ ରାଜ୍ୟରେ ଏକ ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା ଜାରି ରଖିଛି। ବିଶେଷ କରି ଯୁବ, ମହିଳା ଓ ବିଭିନ୍ନ ସଫଳଗାମୀ ବୃତ୍ତି ସମ୍ପନ୍ନ ବ୍ୟକ୍ତିଙ୍କୁ ଦଳ ଜିଲ୍ଲା ପରିଷଦ ଟିକେଟ ପ୍ରଦାନ କରିଛି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ୨୨ନଂ ଜୋନ ପାଇଁ ଦଳ ଏଥର ଜଣେ ଆଇନଜୀବୀଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରିଛି । ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଆଇନଜୀବୀ ବଦ୍ରିନାରାୟଣ ରାଉତ ପାଞ୍ଚ ବର୍ଷ ପୂର୍ବରୁ ରାଜନୀତିକୁ ଆସି ନେରଡ଼ା ପଞ୍ଚାୟତ ର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଏବେ ସୁଦ୍ଧା ସେ କାର୍ଯ୍ୟରତ ଅଛନ୍ତି । ତାଙ୍କର ସ୍ୱଚ୍ଛ ନିର୍ମଳ ସେବା ଓ ସାଙ୍ଗଠନିକ ଦକ୍ଷତାକୁ ଲକ୍ଷ୍ୟ କରି ଦଳ ତାଙ୍କୁ ସିଧାସଳଖ ଶଙ୍ଖ ଚିହ୍ନରେ ପ୍ରାର୍ଥୀ କରିଛି । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଓ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲଙ୍କ ବିଶ୍ୱାସକୁ ଅତୁଟ ରଖିବା ପାଇଁ ସେ ଏବେ ରାତିଦିନ ଏକ କରି ପ୍ରଚାରରେ ଲାଗି ପଡିଛନ୍ତି । ଜୋନ ପାଇଁ ନୂଆ ହୋଇଥିଲେ ସୁଦ୍ଧା ତାଙ୍କର ଶାନ୍ତ ସ୍ଵଭାବ ପ୍ରଚାର ଶୈଳୀରେ ଭୋଟର ଏବେ ତାଙ୍କ ପ୍ରତି ଆକୃଷ୍ଟ ହେଉଛନ୍ତି । ବଦ୍ରୀ ସାନଶାସନ ପଞ୍ଚାୟତ ଠାରୁ ଆରମ୍ଭ କରି ରାଜେନ୍ଦ୍ରପୁର, ନାଆମୀ , ବନ୍ଦାଳୋ-ମଢ଼ିଆଳି, ତେସିଙ୍ଗା, ଝୁଟୁଣା, ରାମଚନ୍ଦ୍ରପୁର ପ୍ରମୁଖ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ମାରାଥନ ପ୍ରଚାର କରିଛନ୍ତି । ସେ ଉକ୍ତ ପଞ୍ଚାୟତ ଗୁଡିକରେ ଦଳୀୟ ସମର୍ଥିତ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ଓ ସମିତିସଭ୍ୟଙ୍କ ଯାଏଁ ସମସ୍ତଙ୍କ ପାଇଁ ଭୋଟ ପ୍ରଚାର କରୁଥିବା ବେଳେ ନିଜ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆଜି ମଧ୍ୟ ନିଜସ୍ୱ ନେରଡ଼ା ପଂଚାୟତ ଟିକରା ଠାରେ ସେ ପ୍ରଚାର କରିଥିବା ବେଳେ ତାଙ୍କ ସହିତ ସରପଞ୍ଚ ପ୍ରାର୍ଥୀନୀ ଦେବଦାସୀ ଜେନା ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ରାଜେଶ କୁମାର ଜେନା ସାମିଲ ହୋଇଛନ୍ତି । ଗ୍ରାମର ପ୍ରାୟ ତିନି ଗୋଟି ୱାର୍ଡରେ ବୁଲିବୁଲି ପ୍ରାର୍ଥୀ ମାନେ ପ୍ରଚାର କରିଥିବା ବେଳେ ବିଜେଡି ସମର୍ଥିତ ସମସ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀ ରାଉତ ନିବେଦନ କରିଛନ୍ତି ।


