ଭାଗବତ ସପ୍ତାହ ପାରାୟଣ ମହୋତ୍ସବ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦା(ପାଇକସାହି) ଗ୍ରାମରେ ଶ୍ରୀ ଶ୍ରୀ ଭାଗବତ ସୁରକ୍ଷା ପରିଷଦ ପକ୍ଷରୁ ଆୟୋଜିତ ଦଶମ ବାର୍ଷିକ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ମହୋତ୍ସବ ଗୁରୁବାର ଠାରୁ ଆରମ୍ଭ ହୋଇଛି । ସାତ ଦିନ ବ୍ୟାପୀ ଆୟୋଜିତ କାର୍ଯ୍ୟକ୍ରମରେ ଭାଗବତ ପାଠ ପାରାୟଣ, ଜ୍ଞାନଯଜ୍ଞ, ନାମଯଜ୍ଞ, ଗୋମାତା ପୂଜା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବ୍ୟବସ୍ଥା ରହିଛି । ଏହି କାର୍ଯ୍ୟକ୍ରମକୁ ଗ୍ରାମର ବିଚିତ୍ରାନନ୍ଦ ପଣ୍ଡା, ଧର୍ମାନନ୍ଦ ପରିଜା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଯଦୁମଣୀ ଜେନା, ରଂଜିତ ପଣ୍ଡା, ଜୀବନଜ୍ୟୋତି ଜେନା, ଟୁକୁନା ପାଳ, ଜ୍ୟୋତିଷ ଚନ୍ଦ୍ର ବେହେରାଙ୍କ ସମେତ ଗ୍ରାମବାସୀ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ