ସମିତି ସଭ୍ୟ ଅପ୍ରତିଦ୍ୱନ୍ଦୀ : ସରପଞ୍ଚ ପ୍ରାର୍ଥିନୀଙ୍କ ଭୋଟ ଭିକ୍ଷା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ଖଣ୍ଡୁରୁ ପଞ୍ଚାୟତରେ ସମିତି ସଭ୍ୟ ଅପ୍ରତିଦ୍ୱନ୍ଦୀ ଥିବା ବେଳେ ସରପଞ୍ଚ ପଦବୀ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଅଛି । ଖଣ୍ଡୁରୁ ପଞ୍ଚାୟତରେ ବିଜେଡି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ସତ୍ୟବାଦୀ ପ୍ରଧାନ ଅପ୍ରତିଦ୍ୱନ୍ଦୀ ହୋଇଥିବା ବେଳେ ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଅଛି । ଖଣ୍ଡୁରୁ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ବିଜେଡି ସମର୍ଥୀତ ସରପଞ୍ଚ ପ୍ରାର୍ଥୀନୀ ଶାନ୍ତିଲତା ବାରିକ, ବିଜେପି ସମର୍ଥୀତ ପ୍ରାର୍ଥୀନୀ ଭାବେ ବନିତା କୁମାରୀ ପ୍ରଧାନ ଓ ସ୍ୱାଧୀନ ପ୍ରାର୍ଥୀନୀ ଭାବେ ସରିତା ପଣ୍ଡା ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ପଞ୍ଚାୟତରେ ରଞ୍ଜିତ କୁମାର ବାରିକ ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତର ବହୁ ବିକାଶ କରିଥିବା ବେଳେ ତାଙ୍କର ଧର୍ମପତ୍ନୀ ଶାନ୍ତିଲତା ବାରିକଙ୍କୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟ ଖଣ୍ଡୁରୁ ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ସମର୍ଥୀତ ପ୍ରାର୍ଥୀନୀ ଭାବେ ମନୋନୀତ କରିଥିଲେ। ଚୁଡାନ୍ତ ତାଲିକା ପ୍ରକାଶନ ପରେ ନିଜ ସମର୍ଥକ ଓ କର୍ମୀ ମାନଙ୍କୁ ନେଇ ଘରକୁ ଘର ବୁଲି ଶାନ୍ତିଲତା ବାରିକ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଗ୍ରାମାରେ ସରପଞ୍ଚ ପ୍ରାର୍ଥୀନୀ ଶାନ୍ତିଲତା ବାରିକଙ୍କ ବିପୁଳ ସମର୍ଥନ ଓ ସମ୍ବର୍ଦ୍ଧନା ମିଳୁଥିବା ଦେଖିବାକୁ ମିଳିଛି । ବିଜେଡି ସମର୍ଥିତ ପ୍ରାର୍ଥିନୀ ଶାନ୍ତଲତା ବାରିକଙ୍କ ବିପକ୍ଷରେ ସ୍ୱାଧୀନ ପ୍ରାର୍ଥିନୀ ସରିତା ପଣ୍ଡା ଓ ବିଜେପି ସମର୍ଥୀତ ପ୍ରାଥିନୀ ବନିତା କୁମାରୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଥିବା ବେଳେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ବର୍ତ୍ତମାନ ସୁଦ୍ଧା ଶାନ୍ତିଲତା ବାରିକ ପ୍ରଚାରରେ ଆଗୁଆ ଥିବା ବେଳେ ଅପ୍ରତିଦ୍ୱନ୍ଦୀ ସମିତି ସଭ୍ୟ ସତ୍ୟବାଦୀ ପ୍ରଧାନ, ସରପଞ୍ଚ ରଞ୍ଜିତ କୁମାର ବାରିକଙ୍କ ସମେତ ବହୁ ଦଳୀୟ କର୍ମୀ ତାଙ୍କ ପାଇଁ ଘରକୁ ଘର ବୁଲି ପ୍ରଚାର କରୁଥିବା ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ