ଗୁଣିଆ ସନ୍ଦେହରେ ପୁଣି ଗଡିଲା ମୁଣ୍ଡ , ହତ୍ୟାକାରୀ ଫେରାର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲି ପଞ୍ଚାୟତର ମେରେମା ସୌରାସାହିରେ ଆଭାବନୀୟ ଘଟଣା । ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧକୁ ଅତି ନିର୍ମମ ଭାବରେ ହତ୍ୟାକରି ମୁଣ୍ଡକୁ କାଟି ନେଇଯାଇଛନ୍ତି ହତ୍ୟାକରୀ । ମୃତକ ହେଲେ ଭାଲିଆ ସାହି ଗ୍ରାମର ଦାସ ମଳିକ । ଘଟଣାଟି ଘଟିଛି ଗତକାଲି ସଂଧ୍ୟାରେ । ଗତକାଲି ବିଳମ୍ବିତ ରାତିରେ ମେରେମା ଗ୍ରାମ ନିକଟସ୍ଥ ସୌରାସାହି କୁଲଡିରାଇପଦର ଠାରେ ମୃତ ଦାସ ମଳିକର ମୁଣ୍ଡ ବିହିନ ଶବ ମୁର୍ମୁଷ ଭାବରେ ପଡିରହିଥିବା ପରିବାର ଲୋକେ ସୁଚନା ପାଇଥିଲେ । ଗୁଣିଆ ସନ୍ଦେହରେ ତାଙ୍କ ବାପା ଦାସ ମଳିକକୁ ବେଣିପଦର ଗ୍ରାମର ସାନୁଜ ମଳିକ ଓ ସୁରଜ ମଳିକ ହତ୍ୟା କରିଥିବା ମୋହନା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ମଝିଆ ପୁଅ । ଅଭିଯୋଗକୁ ଭିତ୍ତି କରି ମୋହନା ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ସ୍ଥଳରେ ତଦନ୍ତ ଜାରି ରହିଛି । ମିଳିଥିବା ସୁଚନା ଅନୁସାରେ ଗତ କିଛି ବର୍ଷ ହେଲା ଦାସ ମଳିକ ଚେରମୁଳିକା ବୈଦ୍ୟ ବୃତ୍ତି କରୁଥିବାବେଳେ ବେଣିପଦର ଗ୍ରାମର କିଛି ଯୁବକ ଗୁଣି କରୁଥିବା ସନ୍ଦେହରେ ତାଙ୍କୁ ଜିବନରେ ମାରିଦେବାକୁ ଧମକାଇ ଥିଲେ । ଏହାକୁ ନେଇ ମୃତକ ଦାସ ଗତ ବର୍ଷ ମୋହନା ଥାନାରେ ୨୩.୩.୨୦୧୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଏବଂ ତତ୍କାଳିନ ଥାନାବାବୁ ଉଭୟ ପକ୍ଷକୁ ଡାକି ରାଜିନାମା କରି ଛାଡିଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ପ୍ରତିହିଂସା ପରାୟଣ ହୋଇ ରହିଥିବା ବେଣିପଦର ଗ୍ରାମର ସାନୁଜ ମଳିକ ଏବଂ ସୁରଜ ମଳିକ ଗତକାଲି ଏକାକି ସୁଯୋଗ ନେଇ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ୨ପୁଅ । ଗତକାଲି ଅଭିଯୁକ୍ତ ମାନେ ଦାସକୁ ଖୋଜାଖୋଜି କରିବାସହ ବଡ ପୁଅକୁ ପଚାରିଥିଲେ । ପରେ ମକା ବାଡରେ ଦାସ କାମ କରୁଥିବା ଯାଣିଥିଲେ ଏବଂ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିଲେ । ଏଥିନେଇ ମୋହନା ଆଇଆଇସି ସୁଦିପ କୁମାର ନାୟକ କହିଛନ୍ତି,ଏହି ଘଟଣା ନେଇ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଦଳ ସହିତ ଆମ ପୋଲିସ ଦଳ ସମସ୍ତ ଅନୁଧ୍ୟାନ ଓ ତଦନ୍ତ ରିଛନ୍ତି । ଏହି ମାମଲା ନେଇ ଯେଉଁ ୨ ଅଭିଯୁକ୍ତ ନାମରେ ଏତଲା ଦିଆଯାଇଛି ସେମାନେ ବର୍ତ୍ତମାନ ଫେରାର ଅଛନ୍ତି । ସେହି ୨ଜଣ କେଉଁ ଠାରେ ଆତ୍ମଗୋପନ କରି ରହିଛନ୍ତି । ହତ୍ୟା ଘଟଣାଟି ଗୁଣି ସନ୍ଦେହରେ ହୋଇଥିବା ଅନୁମାନ କରାଯାଇଛି । ସମସ୍ତ ତଦନ୍ତ ରିପୋର୍ଟ ସହ ଫେରାର ଥିବା ଅଭିଯୁକ୍ତ ଧରାପଡିବା ପରେ ସବୁକିଛି ସ୍ୱଷ୍ଟ ହେବ । ଆତ୍ମଗୋପନ କରିଥିବା ସେହି ୨ଅଭିଯୁକ୍ତଙ୍କୁ ତୁରନ୍ତ ଖୋଜି ବାହାର କରିବା ପାଇଁ ଉଦ୍ୟମ ଯାରି ରହିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ