ମହାକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ମା’ମହାକାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ହିନ୍ଦୁ ରୀତିନୀତି ଅନୁଯାଇ ଅନୁଷ୍ଠିତ ଏହି ଉତ୍ସବରେ କଳସ ସ୍ଥାପନା, ହୋମଯଜ୍ଞ, ଅନ୍ନଯଜ୍ଞ, ଗୀତାଯଜ୍ଞ, ମଙ୍ଗଳାର୍ପଣ, ଆଳତୀ ଓ ଷୋଡଶ ଉପଚାରରେ ମା’ଙ୍କ ପୂଜା କରାଯାଇ ଥିଲା । ଏହି ଉତ୍ସବକୁ ଗ୍ରାମର ଯୁଗଳ କିଶୋର ଦାସ, ପ୍ରବୋଧ କୁମାର ଦାସ, ଅଲେଖ ପ୍ରସାଦ ଦାସ, ଶକ୍ତି ପ୍ରସାଦ ମହାନ୍ତି, ଶିବ ପ୍ରସାଦ ଦାସ, ବିମଳାକାନ୍ତ ଚୈାଧୁରୀ, ପ୍ରସନ୍ନ ମଲିକ, ଶାରଦା ପ୍ରସାଦ ରାଉତ, ଶ୍ରୀଚରଣ ବେହେରା, ମନୋଜ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିର ପକ୍ଷରୁ ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ନିର୍ଦେଶନାରେ ଭକ୍ତି ପୁଷ୍ପାଞ୍ଜଳୀ ପରିବେଷଣ କରାଯାଇଥିଲା । ଗୀତିକାର ସୁବାଷ ପାତ୍ରଙ୍କ ରଚିତ ଓ ସତ୍ୟପ୍ରିୟଙ୍କ ନିଦେଶନାରେ ‘ମୋ ସର୍ବାଙ୍ଗେ ଲେଖିଦିଅ କାଳି ନାମ’ ବୋଲି ଭକ୍ତି ସଂଗୀତ ପରିବେଷଣ କରି କଣ୍ଠଶିଳ୍ପୀ ରଶ୍ମୀରଞ୍ଜନ ପଣ୍ଡା, ରୋହିତ ଦାସ, ପ୍ରିୟଙ୍କା ପତି, ପୂର୍ଣ୍ଣମା ଦାଶ, ବାସନ୍ତୀ ମୁର୍ମୁ ପ୍ରମୁଖ ଉପସ୍ଥିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ